• translate

Latest News

most tomatoes on a single stem
ବ୍ରିଟେନ୍ ବ୍ୟକ୍ତିଙ୍କ କମାଲ ! ଗୋଟିଏ ଡାଳରୁ ୮୩୯ ଟମାଟୋ ଫଳାଇ ବିଶ୍ୱରେକର୍ଡ କଲେ ଡଗଲାସ୍

ଜଣେ ବ୍ରିଟିଶ ନାଗରିକ ଗୋଟିଏ ଡାଳରେ ୮୩୯ ଟମାଟୋ ଫଳାଇ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଷ୍ଟାନଷ୍ଟେଡ୍ ଆବଟ୍‌ସରେ ରହୁଥିବା ୪୩ ବର୍ଷିୟ ଡଗଲାସ୍ ସ୍ମିଥ୍ ମାର୍ଚ୍ଚ ମାସରେ ମଞ୍ଜି ବୁଣିଥିଲେ ଏବଂ ସେପ୍ଟେମ୍ବର ମାସରେ ଟମାଟୋ ଅମଳ କରିଛନ୍ତି । ଗୋଟିଏ ଡାଳରୁ ୮୩୯ ଟମାଟୋ ଫଳାଇବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ

ସୁସ୍ଥ ହେବା ପରେ ମଞ୍ଜୁଳା
ବିଷ ପଞ୍ଝାରୁ ମୁକୁଳିଲା ମଞ୍ଜୁଳା !

ମୋତେ ଡାକ୍ତର ପାଖକୁ ନିଅ ନହେଲେ ମୋତେ ମାରିଦିଅ। ସାପ କାମୁଡାରେ ଜ୍ୱାଳାରେ ଛଟପଟ ହେଉଥିବା ୯ ବର୍ଷର କୁନି ଝିଅ ମଞ୍ଜୁଳାର ଯନ୍ତ୍ରଣା ଭରା କାନ୍ଦଣା ସବୁଆଡେ ବେଶ ଚର୍ଚ୍ଚା ହୋଇଥିଲା। ନବରଙ୍ଗପୁର ଅଞ୍ଚଳର ମଞ୍ଜୁଳାର ଡାହାଣ ପଟ ହାତଟି ସମ୍ପୂର୍ଣ୍ଣ ପଚି ଯାଇଥିବା ଅବସ୍ଥାରେ ଶେଷରେ ବିଳମ୍ବରେ କଟକ ବଡ଼ ମେଡ଼ିକାଲ ଆସିଥିଲା।

Delhi
ସାବଧାନ୍ ! ପଲ୍ୟୁସନ୍‌ ସାର୍ଟିଫିକେଟ୍ ନଥିଲେ ରଦ୍ଦ ହେବ ଲାଇସେନ୍ସ, ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା

ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍‌ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା । ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନଥିବ ସେମାନଙ୍କୁ ୧୦ ହଜାର ଟଙ୍କାର ଜୋରିମାନ ଦେବାକୁ ପଡ଼ିପାରେ ।

bargarh
ଚାଷୀଙ୍କ ପାଇଁ ଖୁସି ଖବର ! ସଠିକ ତଥ୍ୟ ଦେଉଥିବା ପାଣିପାଗ ସୂଚନା ଯନ୍ତ୍ର ତିଆରି କଲେ ବରଗଡ଼ର ଦୁଇ ବନ୍ଧୁ

ଦୁଇବନ୍ଧୁ ଚାଷୀଙ୍କ ଦୁଃଖ ବୁଝି ନୂଆ ଯନ୍ତ୍ର ତିଆରି କରିଛନ୍ତି । ବରଗଡରେ ପ୍ରଥମ ଥର ପରସ୍ପର ଭିତରେ ଦେଖାସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ପାଖରେ ଥିବା ପ୍ରଯୁକ୍ତି ଓ କୃଷି ସମ୍ପର୍କୀତ ଜ୍ଞାନକୁ ଉପଯୋଗ କରି ଚାଷୀ ତଥା ଲୋକଙ୍କ ଜୀବନଶୈଳୀ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ଦିଗରେ ଆଳୋଚନା କରିଥିଲେ ।

Masroom chop
ସଂଧ୍ୟା ଜଳଖିଆରେ ପ୍ରସ୍ତୁତ କରନ୍ତୁ ‘ମସରୁମ୍ ଚପ୍’

ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସରୁମ୍ ଚପ୍’। ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

jammu-and-kashmir-helicopter-crashes-in-udhampur-district
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ  ସୂଚନା ଦେଇଛନ୍ତି।

Narendra Giri
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା : ୬ ଜଣଙ୍କୁ ଗିରଫ କଲା ପୋଲିସ୍

ପ୍ରୟାଗରାଜର ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତକାଲି ତାଙ୍କର ଆଶ୍ରମର କୋଠରୀରୁ ମିଳିଥିଲା । ବାଘମ୍ବରୀ ମଠରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ମହନ୍ତଙ୍କ ମୃତ୍ୟୁ ହେବା ସହ ପୋଲିସ ଏକ ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା ।

Inspiring story
ସାବାସ୍ ପଦ୍ମିନୀ . . . ଜଣେ ଦକ୍ଷ ରାଜମିସ୍ତ୍ରୀ, କଅଁଳ ହାତରେ ଗଢ଼ୁଛନ୍ତି ବଡ଼ ବଡ଼ ଅଟ୍ଟାଳିକା

ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଗାଁର ପଦ୍ମିନୀ ରଣା । ବାପା ଅନେକ ଦିନ ହେଲାଣି ଆର ପାରିରେ । ଘରେ ବୁଢ଼ୀ ମା’ । ମା ବଡ କଷ୍ଟରେ ଦୁଇ ଝିଅଙ୍କୁ ବାହା କରି ଦେଇଛନ୍ତି । ପଦ୍ମିନୀ ଫୁଟବଲ, ଭଲିବଲ, କବାଡି, ଦୌଡ ଆଦି ଖେଳରେ ପାରଙ୍ଗମ । ଆଶା କରି ଥିଲା ଭଲ ଚାକିରୀଟିଏ କରିବ । କିନ୍ତୁ ଚାକିରୀ ପାଇଲା ନାହିଁ ।

 3 children saved womans life
୫ ଘଣ୍ଟା ଧରି ନଦୀର ପ୍ରଖର ସ୍ରୋତରେ ଭାସୁଥିଲେ ମହିଳା, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ୩ ପିଲା

ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ?   ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

Covid Vaccination
ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ

ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଥିଲା।

Amazon Banned 600 Chinese Brands
ଚିନ୍ତାରେ ଡ୍ରାଗନ୍, ୬୦୦ଟି ଚୀନ ବ୍ରାଣ୍ଡକୁ ବ୍ୟାନ୍ କଲା ଆମାଜନ୍

ଚୀନକୁ ଆମାଜନର ଝଟକା । ମାତ୍ର ଗୋଟିଏ ଭୁଲ୍ ପାଇଁ ଏକା ସାଙ୍ଗରେ ଅନେକ ବ୍ରାଣ୍ଡକୁ ବନ୍ଦ କଲା କଂପାନୀ । ଏନେଇ ଚିନ୍ତାରେ ପଡିଯାଇଛି ଡ୍ରାଗନ୍ । ମିଛ ଅଭିଯୋଗ ଆଣି ଆମାଜନକୁ ବଦନାମ୍ କରିବାକୁ ଚେଷ୍ଟା କରିଥିବା ବେଳେ ଆମାଜନ୍ କଂପାନୀ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି । ବ୍ୟାନ୍ ହୋଇଥିବା ବ୍ରାଣ୍ଡ୍ ଗୁଡିକ କଂପାନୀର ରିଭ୍ୟୁ ପଲିସିରେ ହେରଫେର୍ କରିଥିବା ନଜରକୁ ଆସିଥିଲା । ଯାହା କି ଆମାଜନ୍‌ର ନିୟମକୁ ଉଲ୍ଲଘଂନ କରିଥିଲା । ତେଣୁ ଆମାଜନ୍ ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିବା ଦର୍ଶାଇଛି ।

mayadhar sir
୮୩ ବର୍ଷ ବୟସରେ ପଡିନି ବୟସର ଛାପ : ଦୀର୍ଘ ୨୩ ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ମାୟାଧର ସାର୍

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଁପୁର ପଞ୍ଚାୟତର ଅଙ୍ଗାରୁଆ ଗାଁ । ଗାଁ କଜଳେଇ ମନ୍ଦିରର ଶାନ୍ତ ଓ ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ । ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ସାର୍ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ମାୟାଧର ସାର୍ ।

kochi
କ୍ଷଣିକେ ବଦଳିଗଲା ଭାଗ୍ୟ ! ରାତାରାତି ୧୨ କୋଟି ଟଙ୍କାର ମାଲିକ ପାଲଟିଗଲେ ଅଟୋ ଡ୍ରାଇଭର୍

କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ସେ ତାଙ୍କର ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରୁହନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ

 Haibatullah Akhundzada,Mullah Baradar
ଭଷ୍ମାସୁର ସାଜିଲା ତାଲିବାନ୍ : ସୁପ୍ରିମଲିଡର୍ ଅଖୁନ୍ଦଜାଦାଙ୍କୁ ହତ୍ୟା, ମୁଲ୍ଲା ବରାଦରଙ୍କୁ ବନ୍ଦୀ ବନାଇଲେ !

ଅଣ୍ଟି ଛୁରୀ ତଣ୍ଟି କାଟେ । ଚଉକି ମୋହରେ ମୁଖିଆଙ୍କ ଜୀବନ ନେଇଗଲେ ତାଲିବାନୀ । ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ତାଲିବାନୀ ସଂଗଠନକୁ ବଡ଼ ଝଟକା ଦେଇଛି । ବ୍ରିଟିଶ ମାଗାଜିନ ଅନୁସାରେ ତାଲିବାନ୍ ସରକାରଙ୍କ ସର୍ବେସର୍ବା ହିବତୁଲ୍ଲା ଅଖୁନ୍ଦଦାଙ୍କୁ ହତ୍ୟା କରିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ବନ୍ଧକ ରଖିଛନ୍ତି ।

Boy Designs Washing Machine
ନବମ ଶ୍ରେଣୀ ଛାତ୍ରଙ୍କ କରାମତି,ଗଢିଲେ ୱାସିଂ ମେସିନ୍

ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର ଏମିତି ଏକ ମେସିନ୍ ତିଆରି କରିଛନ୍ତି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀର ଫିଟ୍ ରହିବ। ସତ୍ୟନାରାୟଣ ତିଆରି କରିଥିବା ଓ୍ୱାସିଂ ମେସିନରେ ଆପଣ ଲୁଗା ସଫା କରିବା ବେଳେ ସାଇକେଲ ପ୍ୟାଡଲ ମାରିବାକୁ ପଡିଥାଏ। ଏହା ଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ଶରୀର ସୁସ୍ଥ ରହିବ ବୋଲି କୁହାଯାଉଛି।

Sonu Sood
ତାଙ୍କ ଘରେ ଚଢାଉ ସମୟ ଆଇଟି ଟିମ୍‌ ପାଇଁ ସବୁଠାରୁ ସହଜ ଦିନ ଥିଲା-ସୋନୁସୁଦ୍‌

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ ହେବା ପରେ ମୁହଁ ଖୋଲିଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ୍ । ତାଙ୍କ ଫାଉଣ୍ଡେସନକୁ ଆସୁଥିବା ପ୍ରତ୍ୟେକ ଟଙ୍କା ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବାରେ ଖର୍ଚ୍ଚ ହେଉଛି । ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ସେ ଚାହାନ୍ତି ଏବଂ ଏହା ଜାରି ରହିବ ।

ଚାନ୍ଦିପୁର ଆଇଟିଆରକୁ ଆସୁଛି ପାକିସ୍ତାନ ଟଙ୍କା
ଚାନ୍ଦିପୁର ଆଇଟିଆରକୁ ଆସୁଛି ପାକିସ୍ତାନ ଟଙ୍କା !

କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ।ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି।

Mahant Narendra Giri
ସନ୍ଦେହଘେରରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ? ରହସ୍ୟ ବଢ଼ାଉଛି ସୁଇସାଇଡ୍ ନୋଟ୍

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ଭଳି ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ ।

High Level meeting with Biden and Modi
ଆମେରିକା ଗସ୍ତରେ ମୋଦି; ୨୪ରେ ବାଇଡେନ୍‌ଙ୍କ ସହ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସନ୍ତା ୨୪ ରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ  ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Drowning Death
ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀଙ୍କ ଜୀବନ ଗଲା

ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ଭାରତରେ ଲଞ୍ଚ ହେବ ହାଇବ୍ରିଟ୍ ଫ୍ଲାଇଙ୍ଗ କାର୍
ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ ଫ୍ଲାଇଙ୍ଗ କାର୍‌

ଭାରତରେ ଖୁବ ଶୀଘ୍ର ପ୍ରଥମ ଥର ପାଇଁ ଲଞ୍ଚ ହେବ ହାଇବ୍ରିଡ ଫ୍ଲାଇଙ୍ଗ କାର । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଭିନାଟା ଏରୋମୋବିଲିଟିର ଯୁବ ଦଳ ଦ୍ୱାରା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର ଯାହାର ମଡେଲ ଦେଖିବାକୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।

Daily Horoscope, 21 Sept 2021
Daily Horoscope, 21 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, କନ୍ୟା ୬ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ ଦ୍ୱିତୀୟାତିଥି, ରେବତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

 bjp leaders came back to Odisha
ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

New Degree Model College
ରାସ୍ତା ପାଇଁ ବଳି ପଡ଼ିବ ନୂଆ ମଡେଲ ଡିଗ୍ରୀ କଲେଜ !

ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି।

Sonia Gandhi and Rahul Gandhi
ପଞ୍ଜାବ ପରେ ବଦଳିବ କି ରାଜସ୍ଥାନ ରାଜନୀତି ପାଣିପାଗ ?

ରାଜସ୍ଥାନ ରାଜନୀତରେ ନୂଆ ସମୀକରଣ ସମ୍ଭାବନା ନେଇ ମିଳିଲା ସଙ୍କେତ। କାହିଁକି ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ଘନଘନ ଆଲୋଚନା ? କ’ଣ ହୋଇପାରେ ଏହାର ଉଦ୍ଦେଶ୍ୟ ?