ଲଗାତାର ୧୭ ଘଂଟା ବିମାନ ଉଡ଼ାଇ ନୂଆ ରେକର୍ଡ଼ ସୃଷ୍ଟି କଲେ ଜୋୟା

  • ଆକାଶରେ ନୂଆ ରେକର୍ଡ଼ କଲେ ଜୋୟା
  • ଲଗାତାର ୧୭ ଘଂଟା ଉଡ଼ାଇଲେ ବିମାନ
  • ପୂରା ହେଲା ସ୍କୁଲ ବେଳର ସ୍ୱପ୍ନ
  • ଚାକିରି କଲେ, ବାପାଙ୍କ ଋଣ ବି ଶୁଝିଲେ

ଜୋୟା ଅଗ୍ରୱାଲଙ୍କୁ ଆପଣ ଜାଣିଛନ୍ତି କି? ଏ ହେଉଛନ୍ତି ଭାରତର ସବୁଠୁ କନିଷ୍ଠ କ୍ୟାପଟେନ୍‌, ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ। ଆଉ ନିଜ କାମ ପାଇଁ ଜୋୟା ସାରା ଦେଶରେ ଇତିହାସ ରଚିଛନ୍ତି। ନିଜର ସାହାସ ଓ ଇଚ୍ଛାଶକ୍ତି ବଳରେ ସେ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ସେ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ଘଂଟାଏ ନୁହେଁ କି ଅଧଘଂଟା ନୁହେଁ ବରଂ ଲଗାତାର ୧୭ ଘଂଟା ବିମାନ ଚଳାଇ ରଚିଛନ୍ତି ଇତିହାସ। ସୂଚନା ଅନୁସାରେ ଜୋୟା, ସାନଫାସିସିରୁ ବାଙ୍ଗାଲୁରୁକୁ ବିମାନ ଚଳାଇ ସେ ରେକର୍ଡ଼ କରିଛନ୍ତି। ତେବେ ସେ ଏହାରି ମଧ୍ୟରେ ନିଜ ସ୍ୱପ୍ନର କଥା ମଧ୍ୟ କହିଛନ୍ତି। ଜୋୟା କହିଛନ୍ତି ସ୍କୁଲରେ ପଢିବା ବେଳେ ସେ ସ୍ୱପ୍ନ ଦେଖିଥିଲେ କି ପାଇଲଟ୍‌ ହୋଇ ବିମାନ ଉଡ଼ାଇବେ ବୋଲି। ଆଉ ଏବେ ସେ ନିଜର ସ୍ୱପ୍ନ ପୂରଣ କରିବାରେ ସଫଳ ହୋଇଛନ୍ତି। ଜୋୟା ୨୦୧୩ ମସିହାରେ Boeing-777 ଙ୍କୁ ପ୍ରଥମ ମହିଳା ପାଇଲଟ୍‌ ଭାବେ ଉଡ଼ାଇ ରେକର୍ଡ଼ କରିଥିଲେ।

ଏବେ ଫ୍ଲାଇଟ୍‌ AI176 ରେ ସେ କ୍ୟାପେଟ୍‌ନ ଭାବେ ନିୟୋଜିତ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୋୟା କହିଛନ୍ତି, ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି ସେହି ସମୟରେ ଅନେକ ସମୟରେ ଆକାଶକୁ ଚାହିଁ ରାସ୍ତାରେ ଯାଏ, ଅନେକ ସମୟରେ ସ୍କୁଲ ଆଉ ଟ୍ୟୁସନ୍‌ ସାରି ଘରର ଛାତ ଉପରେ ଯାଇ ବସେ ଆଉ ଆକାଶକୁ ଚାହେଁ। ସେହି ସମୟରେ ମୋ ମନକୁ ଅନେକ ପ୍ରଶ୍ନ ଆସେ….ଭାବେ ଖାସ୍‌ ମୁଁ ଉଡାଜାହାଜ ଚଳାଉଥାଆନ୍ତି କି। ସିଧା ଆକାଶରେ ଉଡନ୍ତି…ଆଉ ତାହା ଜହ୍ନ ସମସ୍ତଙ୍କୁ ଛୁଅଁନ୍ତି। କିନ୍ତୁ ସେତେବେଳେ ତାହା ସମ୍ଭବ ନଥିଲା। କେବଳ ଭାବି ଭାବି ଯାହା ସମୟ ଅତିବାହିତ କରିଦିଏ। ଦିନ ପରେ  ଦିନ କଟିଲା। ଆଉ ଏହାରି ମଧ୍ୟରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି। କଲେଜ୍ ପଢିବା ବେଳେ ପାଇଲଟ୍‌ ହେବା କଥା ଘରେ କହିଥିଲି। ଆଉ ମୋ କଥା ଶୁଣି ସମସ୍ତେ ଖୁସି ହୋଇଥିଲେ। କିନ୍ତୁ କେମିତି ସେମାନେ ମୋ ସ୍ୱପ୍ନ ପୂରଣ କରିବେ ତାହାକୁ ନେଇ ଚିନ୍ତାରେ ଥିଲେ। କାରଣ ଜୋୟାଙ୍କ ପରିବାର ମଧ୍ୟବିତ୍ତ ଶ୍ରେଣୀର।

ଆଉ ପାଇଲଟ୍‌ ଟ୍ରେନିଂ ନେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ତେଣୁ ଏତେ ପଇସା ତାଙ୍କ ଘରେ ଦେବା ସମ୍ଭବ ବି ନଥିଲା। ହେଲେ ପରେ ବାପା ରାଜି ହୋଇଥିଲେ। କେବଳ ରାଜି ହୋଇଥିଲେ ତାହା ନୁହେଁ ବରଂ ବ୍ୟାଙ୍କରୁ ଲୋନ ନେଇ ଜୋୟାଙ୍କୁ ପାଠ ପଢାଇଥିଲେ।  ଆଉ ୨୦୦୪ ମସିହାରେ ଭାରତୀୟ ଏୟାରଫୋର୍ସରେ ଯୋଗ ଦେଇଥିଲେ ଜୋୟା। ପ୍ରଥମ ଥର ଦୁବାଇକୁ ପ୍ଲେନ ଉଡ଼ାଇ ନେଇଥିଲେ ଜୋୟା। ଆଉ ଚାକିରୀ ପଇସାରେ ବାପାଙ୍କ ଲୋନ୍‌ ଟଙ୍କା ମଧ୍ୟ ସୁଜିଦେଲେ ଜୋୟା। ତେବେ ଜୋୟାଙ୍କୁ ନେଇ ସାରା ବିଶ୍ୱରେ ଏବେ ଜୋରସୋରରେ ଚର୍ଚ୍ଚା ଲାଗିଛି, କାରଣ ଏତେ ଦୀର୍ଘ ସମୟ ଆକାଶରେ ବିମାନ ଉଡ଼ାଇବାରେ ଜୋୟା  ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ଜୋୟାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।

You might also like