ଜୋରାମଥାଙ୍ଗ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ

ଆଇଜଲ୍‌ : ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମିଜୋ ନାସନାଲ ଫ୍ରଣ୍ଟର ସଭାପତି ଜୋରାମଥାଙ୍ଗା ଶପଥ ନେଇଛନ୍ତି। ସେ ତୃତୀୟ ଥର ପାଇଁ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଆଇଜଲରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ କେ. ରାଜଶେଖରନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ନିକଟରେ ଶେଷ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନାସନାଲ ଫ୍ରଣ୍ଟ ୨୬ଟି ଆସନ ଜିତିଥିଲା।

You might also like