ଜୁମ୍‌ ଆପ୍‌କୁ କ୍ଷତି ପହଞ୍ଚାଇଲା ପିଫିଜର୍ସର କରୋନା ଭ୍ୟାକ୍ସିନ୍‌ ଘୋଷଣା

ନୂଆଦିଲ୍ଲୀ: କରୋନା ସମୟରେ ଲୋକପ୍ରିୟ ପାଲଟିଥିବା ଭିଡିଓ କନଫରେନ୍ସିଂ ଆପ୍‌ ଜୁମ୍‌କୁ ଏବେ ଝଟ୍‌କା ଲାଗିଛି। ପିଫିଜର୍ସ ବୋୟୋଫାର୍ମାସିୟୁଟିକାଲ କମ୍ପାନୀର କରୋନା ଭ୍ୟାକ୍ସିନ ସଫଳ ପରୀକ୍ଷଣ ହେବା ଘୋଷଣା କରବା ପରେ ଜୁମ୍‌ ଆପ୍‌ର ସେୟାର ମୂଲ୍ୟରେ ହ୍ରାସ ଘଟିଛି।

ଗତ ଏପ୍ରିଲ୍‌ ମାସଠାରୁ ଜୁମ୍‌ ଆପ୍‌କୁ ଅଧିକାଂଶ ଲୋକ ଭିଡିଓ ମାଧ୍ୟମରେ କଥାବାର୍ତ୍ତାହେବା ପାଇଁ ବ୍ୟବହାର କରୁଛନ୍ତି। ୨୦୧୯ ଡିସେମ୍ୱର ମାସରେ ଏହି ଆପ୍‌କୁ ପ୍ରତ୍ୟେକ ଦିନ ୧୦ ମିଲିୟନ ଲୋକ ବ୍ୟବହାର କରୁଥିବାବେଳେ ୨୦୨୦ ମାର୍ଚ୍ଚରେ ଏହା ରେକର୍ଡ ସ୍ତରକୁ ଛୁଇଁଥିଲା।

ସେହି ମାସରେ ୨୦୦ ମିଲିୟନ୍‌ ଲୋକ ଏହି ଆପ୍‌ ବ୍ୟବହାର କରିଥିଲେ। ଯାହାଫଳରେ ୨୦୨୦ରେ ସେୟାର ମାର୍କେଟ୍‌ରେ ଜୁମ୍‌ ଅପ୍‌ର ମୂଲ୍ୟରେ ୬୩୫ ଶତକଡ଼ା ବୃଦ୍ଧି ଘଟିଥିଲା।  

କିନ୍ତୁ ସୋମବାର ପିଫିଜର୍ସ କମ୍ପାନୀ ପ୍ରସ୍ତୁତ କରୁଥିବା କରୋନା ଭାଇରସ୍‌ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୯୦ ପ୍ରତିଶତ ଇମ୍ୟୁନିଟି ବଢ଼ାଉଥିବା ନେଇ ଘୋଷଣା କରିଥିଲା। ଏହାପରେ ଜୁମ୍‌ ଆପ୍‌ର ସେୟାର ମୂଲ୍ୟରେ ୧୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା।

You might also like