ଚୀନକୁ ବିରୋଧ କରି କମ୍ପାନୀର ଟି-ଶାର୍ଟ ଜାଳିଦେଲେ ଜମାଟୋ କର୍ମଚାରୀ

କୋଲକାତା: ଚୀନ ସହିତ ହିଂସକ ସଂଘର୍ଷରେ ଭାରତ ୨୦ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧୀ ନାରା ଶୁଣିବାକୁ ମିଳୁଛି। ଲୋକେ ଚୀନ ସାମଗ୍ରୀ ବର୍ଜନ କରିବା ସହିତ ଭଙ୍ଗାରୁଜା ମଧ୍ୟ କରୁଛନ୍ତି। ଶନିବାର କୋଲକାତାର ଜମୋଟା କର୍ମଚାରୀମାନେ ମଧ୍ୟ ଚୀନକୁ ବିରୋଧ କରି କମ୍ପାନୀର ଟି- ଶାର୍ଟ ଚିରିବା ସହିତ ଜଳାପୋଡ଼ା କରିଥିଲେ। ଜମାଟୋ କମ୍ପାନୀରେ ଚୀନ୍‌ ଅର୍ଥ ନିବେଶ କରିଥିବାରୁ ଏହାକୁ ବିରୋଧ କରି କର୍ମଚାରୀମାନେ ଏପରି କରିଛନ୍ତି। ଏଥିସହିତ ଜମାଟୋରୁ ଖାଦ୍ୟ ଅର୍ଡର ନ କରିବାକୁ ମଧ୍ୟ ଲୋକଙ୍କୁ ମତାଇଛନ୍ତି।

କୋଲକାତାର ବେହେଲାରେ ଚୀନ ବିରୋଧୀ ବିକ୍ଷୋଭ ବେଳେ କିଛି କର୍ମଚାରୀ କହିଛନ୍ତି, ଜମାଟୋରେ ଚାଇନା ବଡ଼ ଆକାରରେ ଅର୍ଥ ନିବେଶ କରିଛି। ତେଣୁ ସେମାନେ କମ୍ପାନୀରୁ ଚାକିରି ଛାଡ଼ିବା ପାଇଁ ଘୋଷଣା କରିବା ସହିତ ଲୋକଙ୍କୁ ଖାଦ୍ୟ ନ ଆର୍ଡର କରିବାକୁ ଅନୁରୋଧ କରିଥିଲେ।

୨୦୧୮ରେ ଚାଇନା  କମ୍ପାନୀ ଅଲିବାବା ଜମାଟୋରେ ୨୧୦ ମିଲିୟନ ଆମେରିକୀୟ ଡଲାର ନିବେଶ କରି ୧୪.୭ ପ୍ରତିଶତ ଅଂଶଧନ ଅଧିକାରୀ ହୋଇଥିଲା। ନିକଟରେ ଜମାଟୋରେ ପୁଣି ଅତିରିକ୍ତ ୧୫୦ ଆମେରିକୀୟ ଡଲାର ନିବେଶ କରିଛି କମ୍ପାନୀ। ଏହାକୁ ବିରୋଧ କରି କଲୋକାତାର କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।

ଚାଇନା କମ୍ପାନୀ ଆମ ଭାରତୀୟ କମ୍ପାନୀରେ ପୁଞ୍ଜିନିବେଶ କରି ଲାଭ ପାଉଛି। ପରେ ଆମ ସୈନିକଙ୍କ ଉପରେ ଆକ୍ରମଣ କରୁଛି ଓ ଆମ ଭୂମି ଅଧିକାର କରିବାକୁ ଚେଷ୍ଟା କରୁଛି। ଏପରି କରିବାକୁ ଦିଆଯିବ ନାହିଁ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି। ସେହିଭଳି ଆଉ ଜଣେ କର୍ମଚାରୀ କହିଛନ୍ତି, ଭୋକରେ ପଛେ ରହିବୁ, କିନ୍ତୁ ଯେଉଁ କମ୍ପାନୀରେ ଚୀନ ପୁଞ୍ଜି ନିବେଶ କରିଛି, ସେଠି କାମ କରିବୁ ନାହିଁ।

ମେ ମାସରେ ଜମାଟୋ ୫୨୦ କର୍ମଚାରି ତଥା ୧୩ ପ୍ରତିଶତ ଛଟେଇ କରିଥିଲା। କରୋନା ଭାଇରସ ମହାମାରୀରେ ବ୍ୟବସାୟରେ ମାନ୍ଦାବସ୍ଥା ଯୋଗୁ ଏପରି  ନିଷ୍ପତ୍ତି ନେଇଥିଲା କମ୍ପାନୀ।

ତେବେ କୋଲକାତାର କର୍ମଚାରୀଙ୍କ ବିକ୍ଷୋଭରେ କମ୍ପାନୀ ତରଫରୁ କୌଣସି ତ୍ୱରିତ ପଦକ୍ଷେପ ନିଆଯାଇନାହିଁ। ବିକ୍ଷୋଭକାରୀମାନେ ଛଟେଇ କର୍ମଚାରୀ କି କାର୍ଯ୍ୟରତ କର୍ମଚାରୀ ସେ ନେଇ ବି ସ୍ପଷ୍ଟ ହୋଇନାହିଁ।

ସୂଚନା ଥାଉକି,  ଜୁନ ୧୫ ତାରିଖରେ ଗଲୱାନ ଭ୍ୟାଲିରେ ଭାରତ ଓ ଚାଇନା ମଧ୍ୟରେ ସୈନ୍ୟ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷ କ୍ଷତି ସହିଥିଲେ। ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚାଇନାର ୪୩ ଯବାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ତେବେ ଆମେରିକା ଗୋଇନ୍ଦା ସଂସ୍ଥା ଚୀନର ମୃତ୍ୟୁ ସଂଖ୍ୟା ୩୩ ବୋଲି ଦର୍ଶାଇଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like