ଏବର୍ଷ ମାର୍କେଟରୁ ଉଭାନ ଚାଇନିଜ୍ ଗଣେଶ ମୂର୍ତ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍‌-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି।

ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ସେକ୍ରେଟାରୀ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି, ଚଳିତ ବର୍ଷ ‘ମେଡ୍ ଇନ୍ ଚାଇନା’ ଗଣେଶ ମୂର୍ତ୍ତିର ରତ୍ପାନୀ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାହା ଫଳରେ ଏଥର ଦେଶରେ କାରିଗରଙ୍କ ହାତରେ ପ୍ରସ୍ତୁତ ମାଟିର ଗଣେଶ ମୂର୍ତ୍ତି ପୂଜା ପାଇଛନ୍ତି।

ସେ ଆହୁରି କହିଛନ୍ତି, ପ୍ରତିବର୍ଷ ଦେଶରେ ୩୦ କୋଟିରୁ ଅଧିକ ଗଣେଶ ମୂର୍ତ୍ତି କିଣା ଯାଇଥାଏ। ଯାହା ଅନୁମାନ କରାଯାଏ, ପ୍ରତିବର୍ଷ ଚୀନ୍ ପ୍ରାୟ ୫୦୦ କୋଟି ଟଙ୍କାର ଗଣେଶ ମୂର୍ତ୍ତି ଭାରତକୁ ଆମଦାନୀ କରିଥାଏ। ଯେହେତୁ ଏବେ ସାରା ଦେଶରେ ଚାଇନିଜ୍ ସାମଗ୍ରୀର ବହିଷ୍କାର ଅଭିଯାନ ଚାଲିଛି। ଏହି କାରଣରୁ ଚଳିତ ବର୍ଷ ଚୀନରୁ କୌଣସି ଗଣେଶ ମୂର୍ତ୍ତିର ରତ୍ପାନୀ କରାଯାଇନାହିଁ।

ଖଣ୍ଡେଲୱାଲ୍ ଆହୁରି କହିଛନ୍ତି, ଚଳିତ ବର୍ଷ ବଡ଼ ମୂର୍ତ୍ତି ବଦଳରେ ଛୋଟ ମୂର୍ତ୍ତିକୁ ଅଧିକ ପସନ୍ଦ କରାଯାଉଛି। ଚଳିତ ବର୍ଷ ଲୋକେ ମନ୍ଦିରକୁ ଆସିବା ପରିବର୍ତ୍ତେ ନିଜ ନିଜର ଘରେ ଅସ୍ଥାୟୀ ଭାବେ ଗଣେଶ ମୂର୍ତ୍ତି ସ୍ଥାପନ କରିବା ଏବଂ ପୂଜା କରିବାକୁ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ସିଏଆଇଟି ଭାରତୀୟ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରିବା ପାଇଁ ସମସ୍ତ କ୍ଷେତ୍ରରେ ଚାଇନିଜ୍ ସାମଗ୍ରୀକୁ ବହିଷ୍କାର କରିବାକୁ ଆହ୍ୱାନ ଦେଇଥିଲା।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like