ସର୍କସରୁ ଖସି ପଳାଇଲେ ଘୋଡା ଓ ଜ୍ରେବା, ଆଉ ତା’ ପରେ….

ପ୍ୟାରିସ: ପ୍ୟାରିସରେ ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ପ୍ୟାରିସର ଏକ ସର୍କସରୁ ଜେବ୍ରା ଏବଂ ଦୁଇଟି ଘୋଡା ଖସିଯାଇ ବାହାରକୁ ଚାଲି ଆସିଥିଲେ। ଏମାନେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଲୋକମାନେ ରାସ୍ତାରେ ଘୋଡା ଏବଂ ଜେବ୍ରାକୁ ଦୌଡୁଥିବାର ଦେଖିଲେ, ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ପଶୁମାନେ କାହିଁକି ଖୋଲା ସ୍ଥାନରେ ବୁଲୁଛନ୍ତି, କେହି କିଛି ବୁଝି ପାରୁନଥିଲେ?

ଏହି ତିନିଜଣ ଆର୍ମେସନ-ସୁର-ମାର୍ନେ ସହରର ସର୍କସରୁ ଖସି ପଳାଇ ଯାଇଥିଲେ। ଫ୍ରାନ୍ସର ରାଜଧାନୀ ବାହାରେ ଚମ୍ପେନ-ସୁର-ମାର୍ନେ ଅଞ୍ଚଳରେ ବୁଲୁଥିବା ଦେଖାଯାଇଥିଲା। ସର୍କସର ମାଲିକ ସୂଚନା ଦେଇଛନ୍ତି ଯେ, ଜେବ୍ରା ଓ ଘୋଡା ପାଖାପାଖି ଇଲାକାରେ ଅଛନ୍ତି। ସର୍କସଠାରୁ ବେଶି ଦୂର ଯାଇ ନାହାନ୍ତି । ତାଙ୍କୁ ଆଖପାଖରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ଭିଡିଓରେ ଏହା ଦେଖିବାକୁ ମିଳିଛି, ଜେବ୍ରା ଏବଂ ଘୋଡା  ପ୍ୟାରିସର ରାସ୍ତାରେ ଦୌଡୁବୁଲୁଛନ୍ତି। ଏହି ଭିଡିଓକୁ ଟ୍ୱିଟରରେ ୨ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି।

ସର୍କସର ମାଲିକଙ୍କ କହିବା ଅନୁଯାୟୀ,”ପଶୁମାନେ ଦିନରେ ପାର୍କରେ ରୁହନ୍ତି, ତାପରେ ସେମାନଙ୍କୁ ରାତିରେ ସର୍କସକୁ ଅଣାଯାଇଥାଏ। ଯେତେବେଳେ ସେମାନଙ୍କର ବାଡ଼ ଖୋଲା ରହିଯାଏ, ସେମାନେ ଖସି ପଳାନ୍ତି। ସେ କହିଥିଲେ ଯେ ପଶୁମାନେ୧୫ ମିନିଟ୍ ପାଇଁ ବାହାରେ ଥିଲେ। ସେହି ସମୟରେ ସେ ଏହି ଭିଡିଓକୁ ସୁଟ୍‌ କରିଛନ୍ତି।

୨୦୧୭ମସିହାରେ ଆମେରିକାରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା, ଯେତେବେଳେ ଏକ ହାତୀ ଆମେରିକାର ୱିସ୍କୋସିନ୍ରେ ସର୍କସ ଛାଡି ଖାଦ୍ୟ ସନ୍ଧାନରେ ସହରରେ ବୁଲୁଥିଲାବାର ଭିଡିଓ ଭାଇରାଲ ହୋଇଥିଲା।

 

You might also like