ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜଗନ ରେଡ୍ଡୀ

ନୂଆଦିଲ୍ଲୀ: ସୋମବାରରୁ ଶନିବାର ମଧ୍ୟରେ କୌଣସି ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ।

ଏହା ପୂର୍ବରୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଜଗନ ରେଡ୍ଡୀ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦେଶର ଶାସନ ଡୋର ଧରିବାକୁ ଯାଉଥିବାରୁ ଏହି ଅବସରରେ ଜଗନ ରେଡ୍ଡୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭେଟ୍‌ଘାଟ୍‌ ବେଳେ ଆନ୍ଧ୍ରପ୍ରଦେଶ ବିକାଶରେ କେନ୍ଦ୍ରର ସହଯୋଗ ସହ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ପ୍ରଧାନମନ୍ତ୍ରୀଙ୍କୁ ଜଗନ ରେଡ୍ଡୀ କହିଥିବା ସୂଚନା ମିଳିଛି।

ଚଳିତଥର ଆନ୍ଧ୍ରପ୍ରଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିଲା। ମୋଟ ୧୭୫ ବିଧାନସଭା ଆସନରୁ ଜଗନ ରେଡ୍ଡୀଙ୍କ ଦଳ ଓ୍ୱାଇଏସଆର କଂଗ୍ରେସ ୧୫୧ଟି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ୨୩ଟି ଆସନରେ ବିଜୟୀ ହୋଇଥିଲେ। ସେହିପରି ୨୫ ସାଂସଦ ଆସନରୁ ୨୨ଟି ଆସନରେ ବିଜେପି ଏବଂ ତେଲୁଗୁ ଦେଶମ ପାର୍ଟି ୩ଟି ଆସନରେ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like