ବିନା ସୁରକ୍ଷାରେ ୬୯୦ ଫୁଟ ଉଚ୍ଚ ଅଟ୍ଟାଳିକା ଚଢ଼ିଲେ ୟୁଟ୍ୟୁବର
ପ୍ୟାରିସ୍: ବିନା ବାଉଣ୍ଡ୍ରିରେ ଘରର ଛାତ ଉପରେ ଛଢ଼ିଲେ ବି ସାଧାରଣ ଲୋକର ଛାତି ଥରେ। ଭୟରେ ହାତପାଦ ଝାଳେଇ ଉଠେ। କିନ୍ତୁ ଥରେ ଭାବିଲେ, ବିନା ସୁରକ୍ଷାରେ ୬୯୦ ଫୁଟ୍ ଉଚ୍ଚାକୁ ଚଢ଼ିଲେ ଅବସ୍ଥା କ’ଣ ହେବ ? ଲିଓ ଅର୍ବାନ ନାମକ ଜଣେ ୟୁଟ୍ୟୁବ୍ର ବିନା କୌଣସି ସୁରକ୍ଷାରେ ୬୯୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ଆକାଶଛୁଆଁ ଅଟ୍ଟାଳିକାକୁ ଚଢ଼ି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ଗତ ଶନିବାର ଦିନ ସେ ଖାଲି ହାତରେ ଏବଂ ବିନା ସୁରକ୍ଷା ବସ୍ତ୍ରରେ ପ୍ୟାରିସ୍ର ମୋଣ୍ଟାପାରନାସେ ନାମକ ଏକ ସୁଉଚ୍ଚ ଅଟ୍ଟାଳିକାକୁ ଚଢ଼ିଥିଲେ। ଯାହାକୁ ଦେଖି ତଳେ ଉପସ୍ଥିତ ଥିବା ଲୋକେ ଅର୍ବାନଙ୍କର ସାହାସକୁ ପ୍ରଶଂସା କରିଥିଲେ।
Certains profitent du confinement pour escalader la Tour #Montparnasse à mains nues… 🙈🤦🏻♂️ pic.twitter.com/mlz2udnAv2
— Nicolas George 🌐 (@nicolasgeorge_) December 5, 2020
ଅର୍ବାନ ଗୋଟିଏ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଓ ସୁରକ୍ଷିତଭାବେ ଏହି ବିଲ୍ଡିଂର ୫୮ ଫ୍ଲୋର ପର୍ଯ୍ୟନ୍ତ ଚଢ଼ି ଥିଲେ। ଯାହାର ଭିଡିଓକୁ ବିଭିନ୍ନ ଗଣମାଧ୍ୟମର ରିପୋର୍ଟରମାନେ କଏଦ୍ କରିଥିଲେ।
ଅର୍ବାନ ପୂର୍ବରୁ ମଧ୍ୟ ଆଇଫେଲ୍ ଟାୱାର ଚଢ଼ିବା ସହ ଇଙ୍ଗି ଏବଂ ଆରିଆନେ ଅଟ୍ଟାଳିକାକୁ ଚଢ଼ିଥିଲେ। ତେବେ ଅର୍ବାନ ତାଙ୍କ ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରି ଫ୍ରେଞ୍ଚ୍ କ୍ୟାପିଟାଲ୍ର ସବୁଠାରୁ ଉଚ୍ଚ ଅଟ୍ଟାଳିକାରେ ୨୧୦ ମିଟର ବା ୬୯୦ ଫୁଟ ଉଚ୍ଚକୁ ଚଢ଼ିଥିବାର ପ୍ରକାଶ କରିଛନ୍ତି।