୫୦୦ ଟଙ୍କା ଚାଲାଣ କଟାଯିବାରୁ ବାଇକ୍‌ରେ ନିଆଁ ଲଗାଇଦେଲେ ଯୁବକ

ଭୋପାଳ: ଟ୍ରାଫିକ୍‌ ପୁଲିସ୍‌ ଚାଲାଣ କାଟିବାରୁ ରାଗିକି ଗାଡ଼ିରେ ନିଆଁ ଲଗାଇଦେଲେ ଯୁବକ। ଆଉ ଘଟଣାସ୍ଥଳରୁ ଖସି ପଳାଇଲେ। ମଧ୍ୟପ୍ରଦେଶର ଇନ୍ଦୋର ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଟ୍ରାଫିକ୍‌ ପୁଲିସ୍‌ ପ୍ରଥମେ ଯୁବକଙ୍କୁ ଅଟକାଇ ଥିଲେ। ଏହାପରେ ୫୦୦ଟଙ୍କାର ଚାଲାଣ କାଟିବା ସହ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଯୁବକ ଜଣକ ପ୍ରାୟ ୧ ଘଣ୍ଟା ଧରି ପୁଲିସ୍‌କୁ ବହୁତ କାକୁତି ମିନତି କରିଥିଲେ। ହେଲେ ପୁଲିସ୍‌ ତାଙ୍କ କଥାକୁ ଶୁଣିନଥିଲେ। ଶେଷରେ ଯୁବକ ଜଣକ ରାଗିଯାଇ ବାଇକ୍‌ରେ ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଆଖପାଖରେ ଥିବା ଲୋକମାନେ ଏସବୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ନିଆଁ ଲିଭାଇବା ସହ ବାଇକ୍‌କୁ ଜବତ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ପୁଲିସ୍‌ କର୍ମୀମାନେ ଯାତ୍ରୀମାନଙ୍କୁ ହଇରାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଅଭିଯୋଗ ଆସିଛି ଯେ ପୁଲିସ୍‌ କର୍ମୀମାନେ ସେମାନଙ୍କର ପରିଚୟ ଲୁଚାଇ ଗାଡ଼ି ଚାଳକଙ୍କ ନିକଟରୁ ଟଙ୍କା ଆଦାୟ କରୁଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like