ଆର୍‌ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ପୂର୍ଣ୍ଣେୟା: ନିର୍ବାଚନ ପୂର୍ବରୁ ଯୁବ ଆର୍‌ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଶନିବାର ବିହାର ପୂର୍ଣ୍ଣେୟା ଜିଲ୍ଲା ଧାମଦାହା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସାର୍ସି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ଦୁର୍ବୃତ୍ତ ଜଣ ଯୁବ ଆର୍‌ଡେଜି ନେତା ଅନିକେତ ସିଂହଙ୍କ ଭାଇ ବେନି ସିଂହଙ୍କ ଉପରେ ଗୁଳି ଚଳାଇଥିଲା। ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ବେନି ସିଂହ। ସ୍ଥାନୀୟ ପୋଲିସ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଥାଉକି ଚଳିତ ବର୍ଷ ନଭେମ୍ବର ମାସରେ ଅନିକତେଙ୍କୁ ଗିରଫ କରିଛି ପୋଲିସ। ଯବ ଆର୍‌ଜେଡି ନେତା ବଣ୍ଟି ସିଂହଙ୍କ ସମେତ ଅନିକେତ ଓ ଅନ୍ୟ ଜଣକୁ ଗିରଫ କରିଥିଲା ପୋଲିସ। ତାଙ୍କ ଏକେ-୪୭ ବନ୍ଧୁକ ଉଦ୍ଧାର କରିଥିଲା ପୋଲିସ।

ଅନ୍ୟପଟେ ବିହାର ବିଧାନସଭା ନିର୍ବାଚନର ଆଜି ହେଉଛି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ୧୬ଟି ଜିଲ୍ଳାର ୭୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ୧୨ ଶହ ୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୩୫ ଲକ୍ଷ ଭୋଟର। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ବୁଥଗୁଡ଼ିକରେ ସୁରକ୍ଷିତ ଭୋଟଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି।

ଏହି ପର୍ଯ୍ୟାୟରେ ନୀତିଶ ସରକାରଙ୍କ ୮ ମଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିହାରରେ ମତଦାନ ଶେଷ ହୋଇଛି। ଆସନ୍ତା ୧୦ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

 

 

You might also like