ବନ୍ଧୁଙ୍କ ବିଧବା ମା’ଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ଯୁବକ

ଅଲବର: ରାଜସ୍ଥାନର ଅଲବରର ଜଣେ ୨୧ ବର୍ଷୀୟ ଯୁବକ ସାଙ୍ଗର ବିଧବା ବୃଦ୍ଧା ମା’ଙ୍କ ସହ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାରେ ତତ୍ପରତା ପ୍ରକାଶ କରବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ପର୍ନ ଭିଡିଓ ଦେଖି ଯୁବକଙ୍କ ମନରେ ଏପରି ବିକୃତ ଚିନ୍ତାଧାରା ଆସିଥିବା ଜଣାଯାଇଛି।

ଶାହଜାହଁପୁର ଥାନା ଅଧିକାରୀ ସୁନୀଲ ଜାଗିଡ କହିଛନ୍ତି, ଗତ ରବିବାର ରାତିରେ ଘଟିଛି ଏପରି ଘଟଣା। ସ୍ଥାନୀୟ ଏକ ଗାଁର ବିକାଶ ଜାଟ ଓରଫ ନେବଲା ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ଘରକୁ ଆସିଥିଲେ। ସାଙ୍ଗର ୬୦ ବର୍ଷୀୟ ମା’ଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ଫେରାର ହୋଇ ଯାଇଥିଲା। ଏହି ଘଟଣା ପରେ ବୃଦ୍ଧା ମହିଳା ଗୁରୁତର ହୋଇ ପଡ଼ିଥିଲେ। କିଛି ସମୟ ପରେ ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପୀଡିତାଙ୍କୁ ଶାହଜାହଁପୁର ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୀଡିତା ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ପର୍ନ ଭିଡିଓ ଦେଖିବାରେ ଅଭ୍ୟସ୍ତ। ପୀଡିତାଙ୍କ ହାତ, ପାଦ, ମୁହଁରେ ଗଭୀର ଆଘାତ ଲାଗିଛି। ପୋଲିସ ଘଟଣାର ଯାଞ୍ଚ କରୁଛି।

ସୂଚନାଥାଉ କି, ଏହା ପୂର୍ବରୁ ଅଲବରରେ ଏକ ତିନି ବର୍ଷର ଶିଶୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଥିଲା।

 

 

 

You might also like