ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍ରେ ବିପଜ୍ଜନକ ଷ୍ଟଣ୍ଟ୍
ମୁମ୍ବାଇ: ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍ରେ ଷ୍ଟଣ୍ଟ୍। ମୁମ୍ବାଇରେ ଏକ ଦ୍ରୁତଗାମୀ ଟ୍ରେନ୍ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଟ୍ରେନ୍ରେ ଉପସ୍ଥିତ ଥିବା ଯାତ୍ରୀମାନେ ଯୁବକଙ୍କୁ ବାରଣ ସତ୍ତ୍ୱେ, ଏହାକୁ ସେ ଖାତିର ନକରି ଗୋଟିଏ ପରେ ଗୋଟିଏ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ନଜର ଆସିଥିଲା।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ର ଫୁଟ୍ରେଷ୍ଟ ଉପରେ ଠିଆ ହୋଇ ଯୁବକ ଜଣକ ବାହାରକୁ ହାତ ବଢ଼ାଇଥିଲେ। ଏହାପରେ ଅତ୍ୟନ୍ତ ବିପଜ୍ଜନକ ଭାବେ ଗୋଟିଏ ପରେ ଗୋଟିଏ ଷ୍ଟଣ୍ଟ୍ ଦେଖାଇଥିଲେ। କେତେବେଳେ ଚଳନ୍ତା ଟ୍ରେନ୍ ନିକଟରେ ଥିବା ଇଲେିକ୍ଟ୍ରିକ୍ ଖୁଣ୍ଟ ଛୁଇଁବାକୁ ଚେଷ୍ଟା କରୁଥିଲେ ତ ଆଉ କେତେବେଳେ ଗୋଡ଼ ତଳକୁ ଝୁଲାଉଥିଲେ। ଦ୍ରୁତ ଗତିରେ ଟ୍ରେନ୍ ଟ୍ରାକ୍ରେ ଯାଉଥିଲେ ମଧ୍ୟ ଏଥିପାଇଁ ଯୁବକଙ୍କର ଟିକିଏ ହେଲେ ବି ଡର ନଥିଲା। ବେଳେବେଳେ ସେ ହାତକୁ ଏପରି ବାହାରକୁ ବାହାର କରୁଥିଲେ ଯାହା ଯାତ୍ରୀଙ୍କ ଛାତି ଥରାଇ ଦେଉଥିଲା।
ସମ୍ପୃକ୍ତ ଯୁବକଙ୍କୁ ଷ୍ଟଣ୍ଟ୍ ମାନିଆ ଏମିତି ଘାରିଥିଲା ଯେ, ବିପରୀତ ଦିଗରୁ ଆସୁଥିବା ଚଳନ୍ତା ଟ୍ରେନ୍ ଆଗରେ ମଧ୍ୟ ହାତ ବଢ଼ାଉଥିଲେ। ଟ୍ରେନରେ ଉପସ୍ଥିତ ଥିବା ଯାତ୍ରୀମାନେ ଏଥିପାଇଁ ତାଙ୍କୁ ବାରମ୍ବାର ବାରଣ କରିଥିଲେ ମଧ୍ୟ ଏଥିପାଇଁ ଯୁବକଙ୍କ ଟିକିଏ ହେଲେ ବି ନିଘା ନଥିଲା ନା ଏହାକୁ ସେ ଖାତିର କରୁଥିଲେ।
ଅନ୍ୟପକ୍ଷେ, ଏଭଳି ବିପଜ୍ଜନକ ଷ୍ଟଣ୍ଟ୍ର ଭିଡିଓ ଭାଇରାଲ ହେବା ପରେ ସେଣ୍ଟ୍ରାଲ ରେଲ୍ୱେ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଯାତ୍ରୀମାନେ ଏଭଳି ଷ୍ଟଣ୍ଟ୍ରୁ ନିବୃତ୍ତ ରହିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।