ଲୁହାରଡ୍‌ରେ ସାଙ୍ଗକୁ ପିଟି ଚାଲିଥିଲେ, ଆଉ ତା’ ପରେ…..

ନୂଆଦିଲ୍ଲୀ: କ୍ରୁରତାର ସୀମା ଟପିଗଲା କି ମଣିଷ ? ସୁରଟରେ ଘଟିଥିବା ଏକ ଘଟଣାକୁ ଦେଖିଲେ ଏମିତି ପ୍ରଶ୍ନ ଉଠେ ମନରେ।  ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ  ନିଜ ସାଙ୍ଗକୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲା। ତା’ ପୁଣି ଅତି ନୃଶଂସ ଭାବେ। ଗୋଟିଏ ମିନଟରେ ଲଗାତର ୩୩ଥର ଲୁହାରଡ଼ରେ ପିଟିପିଟି ହତ୍ୟା କରିଛି ସାଙ୍ଗ। ଗୁଜରାଟ ସୁରତର ପୁଣା ଅଂଚଳରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ ।

ହତ୍ୟାକାଣ୍ଡ ବେଳର ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ହତ୍ୟା ଉଦ୍ୟମ ବେଳେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ଏହାର ପ୍ରତିବାଦ କରିନଥିଲେ । ଏପରିକି ଘଟଣା ଘଟିବା ପରେ ସମସ୍ତେ ଏଠାରୁ ଚାଲିଯାଇଥିଲେ ।

ପୋଲିସ ଖବର ପାଇ ମୃତଦେହ ଉଦ୍ଧାର ସହ ବ୍ୟବଚ୍ଛେଦ ଲାଗି ପଠାଇଛି । ମାମଲାରେ ମହେନ୍ଦ୍ର ନାମକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୃତକ ଜଣଙ୍କ ବିହାରର ହୋଇଥିବା ବେଳେ ହତ୍ୟା ଅଭିଯୁକ୍ତ ଯୁବକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି । ଏହି ଦୁଇ ସାଙ୍ଗ ସୁରତର ଏକ ଶାଢୀ ଫ୍ୟାକ୍ଟ୍ରିରେ କାମ କରୁଥିଲେ । କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏାହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।

 

You might also like