ପରିଚୟ ଲୁଚାଇ ବିବାହ କରିଥିଲେ, ସତ ଧରାପଡ଼ିବା ପରେ…

ନୂଆଦିଲ୍ଲୀ: ନିଜର ପରିଚୟ ଓ ଧର୍ମ ଲୁଚାଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ହେଲେ ବିବାହ ପରେ ଯେତେବେଳେ ସତ ଘଟଣା ସାମ୍ନାକୁ ଆସିବା ପରେ ଯୁବତୀ ଏହାକୁ ବିରୋଧ କରି ଘରକୁ ଯିବା ପାଇଁ ଜିଦ୍‌ କରିବର ଯୁବକ ଜଣକ ତାଙ୍କୁ ମାର୍‌ପିଟ୍‌ କରିଥିଲେ। ଦିଲ୍ଲୀରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଯୁବକ ଜଣକ ନିଜର ଧର୍ମ ଲୁଚାଇବା ସହ ନାଁ ପରିବର୍ତ୍ତନ କରି ଉକ୍ତ ଯୁବତୀଙ୍କ ସହ ପ୍ରଥମେ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଏହାପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ ଓ ପରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ବିବାହ ପରେ ଯୁବକଙ୍କ ଅସଲି ପରିଚୟ ସାମ୍ନାକୁ ଆସିଥିଲା। ଯେତେବେଳେ ଯୁବତୀ ଜଣକ ଯୁବକଙ୍କ ଅସଲି ପରିଚୟ ଜାଣି ପାରିଲେ, ଏହାକୁ ବିରୋଧ କରି ଘରକୁ ଯିବା ପାଇଁ ଜିଦ୍‌ କରିଥିଲେ। ଫଳରେ ସମ୍ପୃକ୍ତ ଯୁବକ ପତ୍ନୀଙ୍କୁ ମାର୍‌ପିଟ୍‌ କରିଥିଲେ।

ଯୁବତୀ ଜଣକ ପଡ଼ୋଶୀଙ୍କ ସହାୟତାରେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ୍‌ ୩ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକଙ୍କ ବାପା ଓ ୨ ଭାଇ ଅଛନ୍ତି। ହେଲେ ଯୁବକ ଜଣକ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିବା ସହ ଘଟଣାର ତଦନ୍ତ ଚଳାଇଛି।

You might also like