କରୋନା ମୁକାବିଲା ପାଇଁ ମୋଦିଙ୍କୁ ଭୁରିଭୁରି ପ୍ରଶଂସା କଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତି: କରୋନା ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ ଏକଜୁଟ୍ ହେବା ଦେଖାଯାଉଛି। ନିକଟରେ ବିରୋଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବା କହିଥିବା ବେଳେ ଆଜି ଟିଡିପି(ତେଲ୍‌ଗୁ ଦେଶମ ପାର୍ଟି) ନେତା ଚନ୍ଦ୍ର ବାବୁ ନାଇଡୁ ମୋଦିଙ୍କ କରୋନା ମକାବିଲା ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏଭିଳି ସ୍ଥିତିର ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା, କୃଷକ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ଠିକ୍‌ ସମୟରେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣାକୁ ସେ ସ୍ୱାଗତ କରିଛନ୍ତି। ଏଥିସହିତ ମୋଦି ସରକାରକୁ ମାନବିକତାର ସରକାର ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ।

ପ୍ରଧାନମନ୍ତ୍ରୀଙ୍କ ପାଖକୁ ନାଇଡୁ ଲେଖିଥିବା ଚିଠିରେ  ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’ ନିଷ୍ପତ୍ତି ପାଇଁ ସେ ପ୍ରଶଂସା କରିଛନ୍ତି। ସେ ଚିଠିରେ ଲେଖିଛନ୍ତି “ ଭାରତ ତାର ବିଶାଳ ବିବିଧତା ସହିତ ବର୍ତ୍ତମାନ କୋଭିଡ୍-୧୯ ବିପଦ ଭୟରେ ରହିଛି। ଆମେ ନିଶ୍ଚିତ ଯେ ଆପଣଙ୍କ ଦକ୍ଷ ନେତୃତ୍ୱରେ ଭାରତ କରୋନାକୁ ସଫଳତାର ସହ ମୁକାବିଲା କରି ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିବ।”

ଏଥିସହିତ କରୋନା ପ୍ୟାକେଜ୍‌କୁ ପ୍ରଶଂସା କରି ନାଇଡୁ ଲେଖିଛନ୍ତି “ ସମାଜର ବିଭିନ୍ନ ବର୍ଗଙ୍କ ପାଇଁ ଘୋଷଣା ହୋଇଥିବା ଲକ୍ଷେ ୭୫ ହଜାର କୋଟି ପ୍ୟାକେଜ୍ ଉଚ୍ଚ ପ୍ରଶଂସନୀୟ। ଏଥିରେ କରୋନା ଯୋଦ୍ଧା (ଡାକ୍ତରଙ୍କ ସମେତ  ସ୍ୱାସ୍ଥ୍ୟକର୍ମୀ)ଙ୍କ ପାଇଁ ୫୦ ଲକ୍ଷର ଇନ୍‌ସୁରାନ୍ସ ଉଚିତ୍‌ ସମୟରେ ଆଣିଥିବାରୁ ଏହା ସେମାନଙ୍କ ବଳିଦାନର ସମ୍ମାନ।”

ଏଥିସହିତ କୃଷକଙ୍କ ପାଇଁ ଏକ୍ସ ଗ୍ରାସିଆ ଓ ଗରିବ ମହିଳାଙ୍କ ପାଇଁ ସିଲିଣ୍ଡର ବ୍ୟବସ୍ଥା, ସ୍ୱଳ୍ପ ଆୟ ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କ ପାଇଁ ନେଇଥିବା ପଦକ୍ଷେପକୁ ମଧ୍ୟ ସ୍ୱାଗତ କରିଛନ୍ତି ନାଇଡୁ। ଯେମିତି କେହି ଭୋକ ଉପାସରେ ରହିବେ ନାହିଁ ସେ ନେଇ ସରକାରଙ୍କ ପଦକ୍ଷେପ ମାନବିକତାର ସରକାର ବୋଲି ପ୍ରମାଣିତ କରିଛି ବୋଲି ଚିଠିରେ ଲେଖିଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ।

ସେ ଛିଠିରେ ଲେଖିଛନ୍ତି “ ଯେମିତି ସମସ୍ତଙ୍କୁ ପୋଷଣ ମିଳିବ ସେ ନେଇ ଡାଲିର ବିତରଣ କରିବା ଦୁରଦର୍ଶିତାକୁ ବୁଝାଉଛି। ମନରରେଗା ଅଧିନରେ ମଜୁରୀ ବଢ଼ାଇବା। ଭବିଷ୍ୟନିଧି ପାଣ୍ଠି ଜରିଆରେ ବିଭିନ୍ନ କର୍ମଚାରୀଙ୍କୁ ଲାଭ ଦେବା ମହିଳା ସ୍ୱୟଂ ସହାୟକ ଗୋଷ୍ଟି ପାଇଁ ଅତିରିକ୍ତ ଋଣ ଦେବା ଉଚିତ୍‌ ସମୟରେ ଏହିସବୁ ପଦକ୍ଷେପ ଦେଶର ଗରିବ ଓ ଦଳିଙ୍କୁ କୋଭିଡ-୧୯ ସହିତ ଲଢ଼ିବାକୁ ସହାସ ଯୋଗାଇବ।”

ସେହିପରି ‍କ୍ଷୁଦ୍ର ଓ ଲଘୁ ଉଦ୍ୟୋଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଦୃଷ୍ଟିକୁ ସେ ତାରିଫ କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଭାରତ କେବଳ କୋଭିଡ୍-୧୯ ପରାଜୟ କରିନି ବରଂ ବିଶ୍ୱ ଅର୍ଥନୀତୀ ବଜାରରେ ନିଜ ସ୍ଥିତି କାଏମ ରଖିବ ଏହା ଆମର ଆଶା ବୋଲି ନାଇଡୁ ଲେଖିଛନ୍ତି।

You might also like