କରୋନାରେ ଆଖି ବୁଜିଲେ ଯୁବ ଡାକ୍ତର

ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନା ପ୍ରଭାବ। କରୋନା କବ୍‌ଜାରେ ଦିନକୁ ଦିନ ହଜି ଯାଉଛି ଅନେକ ଜୀବନ। କରୋନାର କରାଳ ରୂପ ନୂଆଦିଲ୍ଲୀକୁ ଥରାଇ ଦେଇଛି।  କରୋନାଭାଇରସ୍ ସଂକ୍ରମଣରେ ରାଜଧାନୀ ଦିଲ୍ଲୀର ଜଣେ ଯୁବ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ୨୭ ବର୍ଷୀୟ ଡାକ୍ତର ଜୋଗିନ୍ଦର ଚୌଧରୀ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଜୋଗିନ୍ଦର ଦିଲ୍ଲୀର ବାବାସାହେବ ଆମ୍ବେଦକର ହସ୍ପିଟାଲରେ କୋଭିଡ -19 ୱାର୍ଡରେ କରୋନା ରୋଗୀଙ୍କ ସେବା କରୁଥିଲେ।  କିଛି ଦିନ ତଳେ ତାଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଥିଲା।  ଜୁନ୍ ୨୭ରେ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ  ହୋଇଥିବା ସ୍ପଷ୍ଟ ହୋଇଥିଲା।

ମିଡିଆ ରିପୋର୍ଟ ଅନୁସାରେ ଡା. ଯୋଗିନ୍ଦରଙ୍କୁ ପ୍ରଥମେ ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ଥିତି ଖରାପ ହେବାରୁ ଗଙ୍ଗାରାମ ହସ୍ପିଟାଲକୁ ସ୍ଥାନାନ୍ତ କରାଯାଇଥିଲା। ସେଠାରେ ଭର୍ତ୍ତି କରାଯିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କାର ଏକ ବିଲ୍‌ ଦେଇଥିଲେ।

ଯୋଗିନ୍ଦରଙ୍କ ବାପା ଜଣେ ଚାଷୀ ଥିଲେ। ଏତେ ଅର୍ଥ ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ  ନ ଥିଲା। ତେଣୁ ବାପା ପୁଅର ଚିକିତ୍ସା ପାଇଁ ସମସ୍ତଙ୍କୁ ସହାୟତା ମାଗିଥିଲେ। ବାବା ସାହେବ ଆମ୍ବେଦକର ଡାକ୍ତରଖାନାର ଡାକ୍ତର୍ସ ଆସୋସିଏସନ ପାଖାପାଖି ୨ ଲକ୍ଷ ୮୦ ହଜାର ଟଙ୍କା ଯୋଗାଡ କରିପାରି ଥିଲେ। ଏହାପରେ ଯୋଗିନ୍ଦରଙ୍କ ବାପା ଡାକ୍ତରଖନା ମୁଖ୍ୟଙ୍କୁ ଏକ ପତ୍ର ଲେଖି ସହାୟତା ମାଗିଥିଲେ। ଏହାଛଡ଼ା ଡାକ୍ତର ଆସୋସିଏସନ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପତ୍ର ଲେଖିଥିଲେ।

ତେବେ ଗଙ୍ଗାରାମ ଡାକ୍ତରଖାନା କର୍ତ୍ତୃପକ୍ଷ ଡାକ୍ତର ଚୌଧୁରୀଙ୍କ ବାପାଙ୍କ ଅନୁରୋଧ ରକ୍ଷା କରି ସମସ୍ତ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରିଥିଲେ। ହେଲେ ଡାକ୍ତର ଚୌଧୁରୀଙ୍କୁ ବଞ୍ଚାଇ ପାରି ନ ଥିଲେ।

ସୂଚନାଥାଉ କି, ଦିଲ୍ଲୀରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଦିନକୁ ଦିନ ବଢି ଚାଲିଛି। ଗତ ସପ୍ତାହରେ ଜଣେ ୪୨ ବର୍ଷ ବୟସ୍କ ଚିକିତ୍ସକ ଡ.ଜାବେଦ ଅଲିଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ୩ ସପ୍ତାହ ଧରି ସେ କରୋନା ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like