ଶିବରାଜଙ୍କୁ କମଲଙ୍କ କଟାକ୍ଷ; ଥଟା କଲ ବୋଲି ହେଲା କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲ ନାଥ। ସେ କହିଛନ୍ତି, ଶିବରାଜଙ୍କୁ  କରୋନା ହୋଇଥିବା ଖବର ଶୁଣି ଦୁଃଖ ଲାଗିଲା। କିନ୍ତୁ ଯଦି ସେ ମହାମାରୀ ବିଷୟରେ ଥଟା ନ କରି ଏହାକୁ ଗମ୍ଭୀରତାର ସହ ନେଇଥାନ୍ତେ, ତେବେ ଆଜି ଏହି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି କମଲ ନାଥ ଟ୍ୱିଟ୍ କରିଛନ୍ତି।

ଏ ନେଇ ଗୋଟିଏ ପରେ ଗୋଟିଏ ୪ଟି ଟ୍ୱିଟ୍ କରିଛନ୍ତି କମଲ ନାଥ। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ଶିବରାଜଙ୍କ ଅସୁସ୍ଥ ଖବର ଜାଣି ଦୁଃଖୀ ହେଲି। ଭଗବାନ ପାଖରେ ଶୀଘ୍ର ସୁସ୍ଥ ହେବାର କାମନା କରୁଛି। ଯଦି ଆପଣ ସାବଧାନରେ ରହିଥାନ୍ତେ, ପ୍ରୋଟକଲ୍‌ ଓ ଗାଇଡ୍‌ଲାଇନର ପାଳନ କରିଥାନ୍ତେ, ଏହାକୁ ମଜାକ୍‌ରେ ନ ନେଇଥାନ୍ତେ ତେବେ ଆଜି ବୋଧ୍‌ହୁଏ ଆପଣ ଏଥିରୁ ରକ୍ଷା ପାଇପାରିଥାନ୍ତେ।”

କେବଳ ସେତିକି ନୁହେଁ, କରୋନାକୁ ନେଇ ଶିବରାଜଙ୍କୁ ଟାର୍ଗେଟ୍ କରିଛନ୍ତି କମଲ ନାଥ। ସେ ଆଉ ଏକ ଟ୍ୱିଟ୍‌ରେ ଲେଖିଛନ୍ତି  “ଅନେକ ସମୟରେ ଆମକୁ ଅନେକ କଥା କହିଛନ୍ତି, କିନ୍ତୁ ଆମେ ଆରମ୍ଭରୁ କହି ଆସିଛୁ ଯେ ଏହା ଏକ ଭୟଙ୍କର ରୋଗ। ଏଥିରେ ସାବଧାନ ହେବାକୁ ପଡ଼ିବ ପ୍ରୋଟକଲ ମାନିବାକୁ ପଡ଼ିବ। କିନ୍ତୁ ଆପଣ ଏହାକୁ ନେଇ ରାଜନୀତି କଲେ” ଏନେଇ ବୁଲେଇ ବଙ୍କେଇ ଶିବରାଜଙ୍କୁ ଟାର୍ଗେଟ୍ କରିଛନ୍ତି କମଲ।

କମଲଙ୍କ କଥା ଏତିକିରେ ସରିନଥିଲା। ଏହାକୁ ନେଇ ଚତୁର୍ଥ ଟ୍ୱିଟ୍ ବି କରିଥିଲେ କମଲ। ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି “ ଶିବରାଜ ଜୀ ଆପଣ କରୋନା ସଂକ୍ରମିତ ହୋଇଛନ୍ତି ଜାଣି ଦୁଃଖ ଲାଗିଲା। ଈଶ୍ୱରଙ୍କ ପାଖରେ ଆପଣ ଶୀଘ୍ର ସୁସ୍ଥ ହେବାର କାମନା କରୁଛି। କିନ୍ତୁ ଦୁଃଖ ଲାଗୁଛି ଯେ ଯେତେବେଳେ ଆମେ କରୋନାକୁ ନେଇ ଗମ୍ଭୀର ଥିଲୁ, ସେତେବେଳେ ଆପଣ ଏହାକୁ କେତେବେଳେ ନାଟକ ବୋଲି କହୁଥିଲେ ତ ଆଉ କେତେବେଳେ ଅଯଥା ଭୟ ସୃଷ୍ଟି କରୁଛୁ ବୋଲି କହୁଥିଲେ। ପୁଣି କେତେବେଳେ ଗାଦି ବଞ୍ଚାଇବାର ପ୍ରୟାସ ବୋଲି କହୁଥିଲେ।”

ପ୍ରକାଶ ଥାଉକି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ନେଇ ଟ୍ୱିଟ୍‌ କରି ନିଜେ ଶିବରାଜ ଏହା ଜଣାଇଥିଲେ। ନିଜର ସହଯୋଗୀମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରିବାକୁ ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like