ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳିଚାଳନା କରୁଛନ୍ତି ବିରୋଧୀ

ଉତ୍ତରପ୍ରଦେଶ : ସାରା ଦେଶରେ ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ଗୋଟିଏ ପଟେ କୃଷକ ଦେଇଥିବା ଆନ୍ଦୋଳନକୁ ଅନେକ ରାଜ୍ୟ ସମର୍ଥନ ଦେଉଥିବା ବେଳେ ଅନେକ ମଧ୍ୟ ସମର୍ଥନ ଦେଉନାହାନ୍ତି । ତେବେ ଏହାରି ମଧ୍ୟରେ ଚାଷୀଙ୍କୁ ନେଇ ଜୋରସୋରରେ ଚାଲିଛି ରାଜନୀତି । ବିରୋଧୀ ଦଳ ଗୁଡିକ ସରକାରଙ୍କ ଉପରେ ବର୍ଷୁଥିବା ବେଳେ ସରକାର ମଧ୍ୟ ବିରୋଧୀଙ୍କ ଉପରେ ଜୋରସୋରରେ ହାମଲା କରୁଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଯୋଗୀ ସରକାର କହିଛନ୍ତି ଯେ, ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳିଚାଳନା କରୁଛନ୍ତି ବିରୋଧୀ । କେନ୍ଦ୍ର ସରକାର ସବୁବେଳେ ଚାଷୀଙ୍କ ପାଇଁ ଚିନ୍ତା କରନ୍ତି ଓ କୃଷକଙ୍କ ସୁବିଧା ଲାଗି ହିଁ ଅନେକ ଯୋଜନା କରିଛନ୍ତି । ଚାଷୀ ଯେଉଁ ଆନ୍ଦେ।ଳନର ଡାକରା ଦେଇଛନ୍ତି ତାହାକୁ କେବଳ ବିରୋଧୀ ଏକ ପ୍ରସଙ୍ଗ କରି ରାଜନୀତି କରୁଛନ୍ତି ।  ଚାଷୀଙ୍କୁ ନେଇ ରାଜନୀତି କରିବା ଠିକ ନୁହେଁ ବୋଲି ଯେ।ଗୀ ଗଣମାଧ୍ୟମକୁ କହିଛନ୍ତି ।

You might also like