ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି : ଚଳିତ ବର୍ଷ ବୃଦ୍ଧି କରାଯିବନି ସ୍କୁଲ ଫି

ପରିବହନ ଶୁଳ୍କ ଉପରେ ବି ରୋକ ଲଗାଇଲେ ୟୁପି ସରକାର

ଲକ୍ଷ୍ନୌ : ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର । ସଙ୍କଟ ବେଳେ ବଢ଼ିବନି ସ୍କୁଲ ଫି । ରାଜ୍ୟ ଲକଡାଉନରେ ଥିବା ବେଳେ ସରକାର ଲୋକଙ୍କ ଉପରୁ ଅତିିରିକ୍ତ ବୋଝ ହାଲୁକା କରିବାକୁ ଏପରି ପଦକ୍ଷେପ ନେଇଛନ୍ତି ।  ସରକାର ଆଗାମୀ ଶିକ୍ଷାବର୍ଷ (୨୦୨୧-୨୦୨୨) ପାଇଁ ସ୍କୁଲ ଫି ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ।

କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଅନେକ ପରିବାର ଆର୍ଥିକ ଭାବେ ପ୍ରଭାବିତ ହେଉଛନ୍ତି । ସ୍କୁଲ ବନ୍ଦ ଥିବା ବେଳେ ଏବେ ଅନଲାଇନ୍ କ୍ଲାସ କରୁଛନ୍ତି ଛାତ୍ରଛାତ୍ରୀ । ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ବୋଝ ନଦେବା ପାଇଁ ଏପରି ପରିସ୍ଥିତିରେ ସରକାର ସନ୍ତୁଳିତ ନିଷ୍ପତ୍ତି ନେଇଥିବା କହିଛନ୍ତି ଦିନେଶ ଶର୍ମା । ସେ ଏବେ ଯୋଗୀ ସରକାରରେ ଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।

୨୦୧୯-୨୦ରେ କରାଯାଇଥିବା ବ୍ୟବସ୍ଥା ଅନୁସାରେ ଫି ଆଦାୟ କରିପାରିବେ ସ୍କୁଲ କର୍ତ୍ତୃପକ୍ଷ । ତେବେ ଗତ ବର୍ଷ କରୋନାର ପ୍ରଥମ ଲହରୀ ପାଇଁ ମଧ୍ୟ ରାଜ୍ୟରେ ସ୍କୁଲ ଫି ବୃଦ୍ଧି କରାଯାଇ ନଥିଲା । ସେହିପରି ସ୍କୁଲ ବନ୍ଦ ଥିବା କାରଣରୁ ପରିବହନ ଶୁଳ୍ପ ଆଦାୟ ନକରିବାକୁ ମଧ୍ୟ ସ୍କୁଲ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର ।

ବାପାମା’ ଯଦି ଅଗ୍ରୀମ ସ୍କୁଲ ଫି ଦେଇପାରୁ ନାହାନ୍ତି, ତେବେ ତାଙ୍କୁ ବାଧ୍ୟ କରାଯିବ ନାହିଁ । ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ । ଏହସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି , ଏହି ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ କମ୍ପ୍ୟୁଟର, କ୍ରୀଡା, ବିଜ୍ଞାନ ଲ୍ୟାବ, ଲାଇବ୍ରେରୀ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବାର୍ଷିକ ଫି ନିଆଯିବା ଉଚିତ୍ ନୁହେଁ ।

You might also like