କରୋନା କଟକଣା: ପ୍ରାଧାନମନ୍ତ୍ରୀଙ୍କ କଥା ମାନିଲେନି ଯୋଗୀ

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ  ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଦୂରତା ପାଇଁ ନିବେଦନ କରିଛନ୍ତି। ୨୧ ଦିନ ଘରେ ରହିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏପରି ସ୍ଥିତିରେ ନବରାତ୍ର ଉପଲକ୍ଷେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ କରିଛନ୍ତି। ଏହାକୁ ନେଇ ବିରୋଧୀ ବେଶ ସମାଲୋଚନା କରିଛନ୍ତି।  କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହି ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି।

ଉତ୍ତରପ୍ରଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି। ୟୁପି କଂଗ୍ରେସର ମୁଖ୍ୟ ଅଜୟ କୁମାର ଲାଲୁ କହିଛନ୍ତି, ନବରାତ୍ରୀର ପ୍ରଥମ ଦିନ ମତେ ବି ଦେଖିବାକୁ ଇଛା ଥିଲା । କିନ୍ତୁ ମୁଁ ପ୍ରଧାନମନ୍ତ୍ରୀଙ୍କ କଥା ମାନି ଗଲିନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ମାନିଲେ ନାହିଁ। ଗହଳିରେ ଦର୍ଶନ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ତେଣୁ ତାଙ୍କ କଥା ୟୁପିର ଲୋକ କେମିତି ଶୁଣିବେ ବୋଲି ପ୍ରଶ୍ନ କରିଛନ୍ତି ୟୁପି କଂଗ୍ରସର ମୁଖ୍ୟ ଲାଲୁ।

ଦେଶରେ ବିପର୍ଯ୍ୟୟ ସମୟରେ ଯାହା ନିଷ୍ପତ୍ତି ନିଆଯାଇଛି ତାହା ସମସ୍ତେ ପାଳନ କରିବା  ସାମ୍ବିଧାନିକ ପଦବୀରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ ସାମାଜିକ ଦୂରତାକୁ ପାଇଁ ନିବେଦନ କରୁଥିଲାବେଳେ, ଅନ୍ୟପକ୍ଷରେ ତାଙ୍କ ମୁଖ୍ୟମନ୍ତ୍ରୀ ତାଙ୍କର ନିର୍ଦ୍ଦେଶାବଳୀକୁ ଖଣ୍ଡନ କରୁଛନ୍ତି। ତେଣୁ ଉତ୍ତରପ୍ରଦେଶ ଜନତା କେତେ ସୁରକ୍ଷିତ ଏନେଇ ପ୍ରଶ୍ନ କରିଛନ୍ତି ୟୁପି କଂଗ୍ରସ ମୁଖ୍ୟ ଲାଲୁ

ଅନ୍ୟପଟେ ଏହାକୁ ନେଇ ସମାଜବାଦୀ ପାର୍ଟିର ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କଥା ସମସ୍ତେ ମାନିବା ଜରୁରୀ। କାରଣ ଏହି କରୋନା ଭାଇରସରେ ଭାରତର ୫୩୬ ସଂକ୍ରମିତ ହୋଇଥିବାବେଳେ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୩୫ରେ ପହଁଚିଛି।

You might also like