ଭାରତ ରତ୍ନ ପ୍ରଦାନ ନେଇ ରାମଦେବଙ୍କ ଆପତ୍ତି

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଯୋଗଗୁରୁ ରାମଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜନେତା, ବୁଦ୍ଧିଜୀବୀ ଓ ସେବା କ୍ଷେତ୍ରର ଲୋକଙ୍କ ବ୍ୟତୀତ ଅନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ଭାରତ ରତ୍ନ ନ ଦିଆଯିବା ନେଇ ସେ ପ୍ରଶ୍ନ କରିଛନ୍ତି।

କହିଛନ୍ତି ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ବି ଜଣେ ହେଲେ ସନ୍ନ୍ୟାସୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇନାହିଁ। ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାମନିଷୀଙ୍କୁ ଭାରତ ରତ୍ନ ଦିଆନଯିବା ନେଇ ସେ ଆପତ୍ତି ଉଠାଇଛନ୍ତି।

କେବଳ ଏତିକି ନୁହେଁ, ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ମଦର ଟେରେସାଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲା। ହେଲେ ସନ୍ନ୍ୟାସୀଙ୍କୁ ଦିଆଯାଉନାହି। ତା ହେଲେ ଏ ଦେଶରେ ହିନ୍ଦୁ ହୋଇ ଜନ୍ମ ହେବା କଣ ପାପ କି ବୋଲି ପ୍ରଶ୍ନ କରିଛନ୍ତି ରାମଦେବ।

You might also like