ରାମଦେବ ବାବା ଦେଲେ କରୋନା ଟିପ୍ସ

ନୂଆଦିଲ୍ଲୀ: କରୋନାର ଚିକିତ୍ସା ପଦ୍ଧତି ବତାଇଲେ ଯୋଗଗୁରୁ ବାବା ରାମଦେବ ।ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଦ୍ୱାରା  କରୋନା ଭାଇରସକୁ ଦୂର କରାଯାଇ ପାରିବ ବୋଲି କହିଛନ୍ତି ଯୋଗଗୁରୁ ।
କରୋନା ମୁକାବିଲା ପାଇଁ ଏ ଯାଏ ଔଷଧ ବାହାରି ନ ଥିବାବେଳେ ପ୍ରତିକାର ବାଟ ବତାଇଛନ୍ତି ଯୋଗଗୁରୁ ବାବା ରାମେଦବ। ସେ କହିଛନ୍ତି, ଯୋଗ ଓ ପ୍ରାଣାୟମ୍ କରିବା ଦ୍ୱାରା କରୋନା ଆକ୍ରାନ୍ତ ଭଲ ହୋଇପାରିବେ। ଏଥିସହିତ ଅଲୁଲୋମ ବିଲୋମ୍ ଓ କପାଳଭାତି ଭଳି ପ୍ରାଣାୟମ୍ କରିବା ଦ୍ୱାରା ଏହା ଆକ୍ରାନ୍ତମାନେ ଭଲ ହୋଇପାରିବେ।

ବାବା ରାମଦେବ ଆହୁରି କହିଛନ୍ତି, ଯୋଗ ଆରୋଗ୍ୟ ହେବାରେ ସାହାଯ୍ୟ କରିପାରିବ । କରୋନା ଭୟରେ ବଜାରରୁ ହ୍ୟାଣ୍ଡୱାଶ ଏବଂ ସାନିଟାଇଜର ଗାଏବ ହୋଇଗଲାଣି। ହେଲେ କରୋନା ମୁକାବିଲା ପାଇଁ ଏସବୁ ନ ମିଳିଲେ  ଘରୋଇ ଉପାୟରେ ହାତ ସଫା ରଖାଯାଇ ପାରିବ। ସେ କହିଛନ୍ତି, ଏକ ଲିଟର ଜଳରେ ନିିମ୍ବ ପତ୍ର, ତୁଳସୀ ପତ୍ର, କର୍ପୂର ଓ ଫିଟିକିରି ମିଶାଇ ଏହାକୁ ସାନିଟାଇଜର ଭାବେ ବ୍ୟବହାର କରିପାରିବେ ।

You might also like