ଟିଏମ୍‌ସିରେ ମିଶିଲେ ଯଶୱନ୍ତ ସିହ୍ନା

କୋଲକାତା: ଭାରତୀୟ ଜନତା ପାର୍ଟିର ପୂର୍ବ ନେତା ତଥା ବାଜପାୟୀ  ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ପଶ୍ଚମ ବଙ୍ଗ ବିଧାନ ସଭା ନିର୍ବାଚନ ପୂର୍ବରୁ ସେ ଆଜି ଟିଏମ୍‌ସିର ହାତ ଧରିଛନ୍ତି। ସିହ୍ନାଙ୍କର ଏହି ମିଶ୍ରଣ ପର୍ବରେ ଡେରେକ୍ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ, ସୁବ଼୍ରତ ମଖାର୍ଜୀ ପ୍ରମୁଖ ଉବସ୍ଥିତ ଥିଲେ। 

ଦଳରେ ସାମିଲ ହେବା ପରେ ଟିଏମସି ପକ୍ଷରୁ ଏକ ପ୍ରେସ କନଫରେନ୍ସରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯଶୱନ୍ତ ଟିଏମ୍‌ସିରେ ହାତ ଧରିବା ପରେ ସୁବ୍ରତ ମୁଖର୍ଜୀ ସନ୍ତୋଷ ପ୍ରକାଶ କରି କହିଛନ୍ତି, ଯଶୋବନ୍ତଙ୍କୁ ସାଥିରେ ପାଇଁ ଆମେ ଗର୍ବିତ। ଯଦି ନନ୍ଦିଗ୍ରାମ ଆକ୍ରମଣ ହୋଇ ନ ଥାନ୍ତା, ତେବେ ମମତା ନିଜେ ଏଥିରେ ସାମିଲ ହୋଇଥାନ୍ତେ।

ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଟିଏମସିରେ ସାମିଲ ହେବା ପୂର୍ବରୁ ଯଶୋବନ୍ତ କୋଲକାତା ସ୍ଥିତ ପାର୍ଟି ମୁଖ୍ୟାଳୟରେ ମମତାଙ୍କୁ ଭେଟିଥିଲେ। ସେତେବେଳେ ସିହ୍ନା କହିଥିଲେ, ଏବ ଦେଶ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି। ଗଣତନ୍ତ୍ରର ଶକ୍ତି ହେଉଛି ଗଣତନ୍ତ୍ରର ସଂସ୍ଥା। ଆଜି ପ୍ରାୟ ସବୁ ସଂସ୍ଥା ଦୁର୍ବଳ ସ୍ଥିତିରେ ଅଛି । ଏଥିରେ ଦେଶର ନ୍ୟାୟ ପାଳିକା ମଧ୍ୟ ସାମିଲ ଅଛି। ଦେଶ ପାଇଁ ଏବେ ସବୁଠାରୁ ବଡ ବିପତ୍ତି ଆସିଛି।

ବିଜେପି ସହ ଦୀର୍ଘ ବର୍ଷ ଧରି କାମ କରିଥିବା ଯଶୋବନ୍ତ ସ୍ମୃତିଚାରଣ କରି ଅଟଳ ବିହାରୀ ବାଜପେୟୀଙ୍କ ସମୟର କଥା କହିଥିଲେ। ସେ କହିଥିଲେ, ଅଟଳଜୀଙ୍କ ସମୟରେ ବିଜେପି ସର୍ବସମ୍ମତି ଉପରେ ବିଶ୍ୱାସ କରୁଥିଲା। ହେଲେ ବର୍ତ୍ତମାନର ସରକାର ଜିତିବା ଉପରେ ବିଶ୍ୱାସ କରନ୍ତି।

ସୂଚନାଥାଉ କି, ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ବହୁ ବବରିଷ୍ଠ ନେତା କ୍ଷମତାସୀନ ଟିଏମସି ଛାଡି ବିଜେପିରେ ମିଶିଛନ୍ତି। ବିଶେଷକରି ଟିଏମସିର ହେଭିୱେଟ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ିବା ଟିଏମ୍‌ସି ପାଇଁ ଏକ ବଡ ଧକ୍କା ଥିଲା। ଏବେ ଶୁଭେନ୍ଦୁ ନନ୍ଦିଗ୍ରାମ ଆସନରୁ ଲଢୁଥିବାବେଳେ ତାଙ୍କୁ ଚାଲେଞ୍ଜ ଦେବା ପାଇଁ ନିଜେ ମମତା ଏହି ଆସନରୁ ଛିଡା ହେଉଛନ୍ତି।

 

You might also like