ଅନ୍ତିମ ସଂସ୍କାରର ଅଜବ ପରମ୍ପରା, ମୃତ୍ୟୁ ପରେ ମୃତଦେହକୁ ହସି ହସି ଖାଇଯାଆନ୍ତି..

aljazeeraନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ସୁରାକ ବି ପାଇନାହାନ୍ତି। ସେହିଭଳି ମଣିଷ ଜାତିରେ ଏମିତି ବି କିଛି ପ୍ରଜାତି ଅଛନ୍ତି, ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ଜାଣିନାହାନ୍ତି। କେବଳ ସେମାନଙ୍କୁ ନୁହେଁ, ସେମାନଙ୍କର ରୀତିନୀତି, ପରମ୍ପରା ଏବଂ ସଂସ୍କୃତି ମଧ୍ୟ ଅଦଭୁତ ଓ ଅବିଶ୍ୱସନୀୟ। ତାଙ୍କର ଚାଲିଚଳଣି, ରହଣି ଏବଂ ଖାଦ୍ୟ ପେୟ ବିଷୟରେ ଜାଣିଲେ ବି ଆମକୁ ବିଶ୍ୱାସ ହେବ ନାହିଁ। ତେବେ ସେମାନଙ୍କୁ ଦେଖିବା ପରେ ବି ସାଧାରଣ ଲୋକ ପକ୍ଷେ ବିଶ୍ୱାସ କରିବା କଷ୍ଟ ହେବ ଯେ, ସେମାନେ ଏଭଳି କାହିଁକି କରୁଛନ୍ତି।

ଦକ୍ଷିଣ ଆମେରିକାରେ ଦେଖାଯାଆନ୍ତି ଏହି ଜନଜାତି

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଦକ୍ଷିଣ ଆମେରିକା ବ୍ରାଜିଲର ଓ ଭେନେଜୁଏଲାରେ ୟାନୋମାମି ନାମକ ଜନଜାତି ରହିଥାନ୍ତି। ଯିଏକି ୟନମ କିମ୍ବା ସିନେମା ଭାବରେ ଜଣାଶୁଣା। ଏହି ଆଦିବାସୀମାନେ ଆଧୁନିକୀକରଣ ଏବଂ ପାଶ୍ଚାତ୍ୟକରଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ବରଂ ସେମାନେ ନିଜର ସଂସ୍କୃତି ଏବଂ ପରମ୍ପରାକୁ ସବୁବେଳେ ଅନୁସରଣ କରଥାନ୍ତି। ଏହା ହିଁ କାରଣ ଯେ, ସେମାନେ ନିଜ ଷ୍ଟାଇଲରେ ବଞ୍ଚିବାକୁ ପସନ୍ଦ କରନ୍ତି। ସେମାନେ ଆମ ଭଳି ଆଧୁନିକତାଠାରୁ ବହୁ ଦୂରରେ ରହିଥାନ୍ତି। ଖାଲି ସେତିକି ନୁହେଁ ସେମାନେ ଆଧୁନିକତାକୁ ଗ୍ରହଣ ନକରି ମଧ୍ୟ ବେଶ ଖୁସି ଜୀବନ ଅତିବାହିତ କରୁଥିବା ଦେଖାଯାଆନ୍ତି।

ତେବେ ଏହି ଆଦିବାସୀମାନଙ୍କ ଏକ ପରମ୍ପରା ରହିଛି ଯାହା ଆମ ସମାଜକୁ ଅଶ୍ଚର୍ଯ୍ୟ ଲାଗିବ। ସାଧାରଣ ଲୋକଟିଏ ଯଦି ଏହା ବିଷୟରେ ଜାଣିବ ସେ ସହଜରେ ବିଶ୍ୱାସ କରିପାରିବନି। ସେହି ପରମ୍ପରା ହେଲା ଯେ, ମୃତ୍ୟୁ ପରେ ସେମାନେ ମୃତଦେହକୁ ସମ୍ପୂର୍ଣ୍ଣ ପୋଡ଼ିନଥାନ୍ତି କି ପୋତି ନଥାନ୍ତି। ସେମାନେ ସେହି ମୃତଦେହକୁ ଖାଇଥାନ୍ତି। ଏହା ହେଉଛି ସେମାନଙ୍କର ଅନ୍ତିମ ସଂସ୍କାର କରିବାର ପରମ୍ପରା। ଏହି ପରମ୍ପରାକୁ ଏଣ୍ଡୋ-କେନିବଲବାଦ କୁହାଯାଏ।

ଶବକୁ ସମ୍ପର୍କୀୟମାନେ ଖାଇଥାନ୍ତି

ଆମାଜନ୍ ରେନଫରେଷ୍ଟରେ ରହୁଥିବା ୟାନୋମାମି ଜନଜାତି ବିଶ୍ୱାସ କରନ୍ତି ଯେ, ମୃତ୍ୟୁ ପରେ ଶରୀରର ଆତ୍ମାକୁ ସଂରକ୍ଷିତ କରିବା ଆବଶ୍ୟକ। ସେମାନଙ୍କର ବିଶ୍ୱାସ ରହିଛି ଯେ, ଏହା ଦ୍ୱାରା ତାଙ୍କର ଆତ୍ମାକୁ ଶାନ୍ତି ମିଳିଥାଏ। ଯେତେବେଳେ ମୃତଦେହ ସଂପୂର୍ଣ୍ଣ ଜଳିଯାଏ ସେତେବେଳେ ସମ୍ପର୍କୀୟମାନେ ଏହାକୁ ଖାଇଥାନ୍ତି। ଏତିକିରେ ସରିନାହିଁ ତାଙ୍କର ପରମ୍ପରା।

ମୃତ୍ୟପରେ ପୋଡ଼ିଥାନ୍ତି ଏବଂ ଖାଇଥାନ୍ତି ସତ ହେଲେ ଏହାରି ଭିତରେ ‍ଆଉ ଏକ ରୋଚକ ତଥ୍ୟ ହେଲା ସେମାନେ ହସଖୁସିରେ ଗୀତ ବୋଲି ଏହି ମାଂସ ଖାଇଥାନ୍ତି। ପରିବାର ମଧ୍ୟ ପରସ୍ପର ଆଗରେ ଦୁଃଖ ମଧ୍ୟ ପ୍ରକାଶ କରିଥାନ୍ତି।

You might also like