୫ ଦିନ ହେଲା ରେଜେଇ ତଳେ ପଡ଼ିଛି ସେନା ଅଧିକାରୀଙ୍କ ଶବ, ପୁଅ କହୁଛି…

ଯମୁନାନଗର:‘ ବାପା ଶୋଇଛନ୍ତି। ଖାଇବା ବେଳକୁ ଉଠିବେ…’ ଏକ ମୃତ ଗଳିତ ଦେହକୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ପୁଅର ଏପରି କଥା ଶୁଣି ଭାବୁକ ହୋଇ ଯାଇଥିଲେ। ଗୋଟିଏ ମୁହୂର୍ତ୍ତ ପାଇଁ ସେମାନଙ୍କ ଖାକି ଦୃହୟ ସହାନୁଭୂତିରେ ଭିଜି ଯାଇଥିଲା।

ହରିଆଣାର ଯମୁନାନଗର ଜିଲ୍ଲାର ସେକ୍ଟର ୧୭ରେ ରିଟା ରୁହନ୍ତି ଜଣେ ୮୦ ବଷୟ ବୟସ୍କ ଅବସରପ୍ରାପ୍ତ ଆର୍ମି କ୍ୟାପ୍‌ଟେନ।  ପାଖରେ ରହୁଥିଲେ ଏକମାତ୍ର ପୁତ୍ର।  ବାର୍ଦ୍ଧ୍ୟକରେ ବାପା ପୁଅର ଆଶ୍ରାରେ ବଞ୍ଚିବା କଥା। ହେଲେ ବିଡମ୍ବନା ! ବୃଦ୍ଧ କ୍ୟାପଟେନ ହିଁ ଥିଲେ ତାଙ୍କର ଏକମାତ୍ର ମାନସିକ ଭିନ୍ନକ୍ଷମ ପୁଅର ସହାରା । ଘର ଭିତରେ ବୃଦ୍ଧ କ୍ୟାପ୍‌ଟେନଙ୍କ ମୃତ ଦେହ ପଡ଼ି ରହିଛି। ପ୍ରାୟ ୫ ଦିନ ବିତିଗଲାଣି। ହେଲେ ପୁଅ ଜାଣି ପାରିନି ବାପା ତା’ର ହାତ ଛାଡ଼ି ସବୁଦିନ ପାଇଁ ଚାଲି ଗଲେଣି ବୋଲି।  

ପୋଲିସ ଘରେ ପହଞ୍ଚି ଅବସରପ୍ରାପ୍ତ ଆର୍ମି କ୍ୟାପ୍‌ଟେନଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି। ଘରେ ତାଙ୍କର ପୁଅ ଏକୁଟିଆ ଥିଲା। ଘରୁ ଦୁଗନ୍ଧ ବାହାରିବାରୁ ପୋଡ଼ଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ପାଖ ପଡ଼ୋଶୀଙ୍କର ବି ତାଙ୍କ ପରିବାର ସହ ବିଶେଷ ସମ୍ପର୍କ ନ ଥିଲା। ତେଣୁ ସେମାନେ ବି  କ୍ୟାପ୍‌ଟେନଙ୍କ ମୃତ୍ୟୁ ସମ୍ପର୍କରେ ଜାଣି ପାରି ନ ଥିଲେ। ପୋଲିସ ମୃତ ଦେହକୁ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଅତ୍ୟଧିକ ଥଣ୍ଡା ଯୋଗୁ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରିଟାୟର୍ଡ କ୍ୟାପ୍ଟେନ ରାମ୍‌ ସିଂ ଏବଂ ତାଙ୍କ ପୁଅ ପ୍ରବୀଣ କୁମାର ସେକ୍ଟର ୧୭ ଅଞ୍ଚଳରେ ରହୁଥିଲେ। ପତ୍ନୀଙ୍କର କିଛି ବର୍ଷ ହେଲା ପରଲୋକ ହୋଇଯାଇଛି। ଗୋଟିଏ ଝିଅ ଥିଲା। ତାଙ୍କର ବି ମୃତ୍ୟୁ ଘଟିଛି। ପରିବାର କହିଲେ, ବାପା-ପୁଅ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କିଏ ଅଛନ୍ତି କେହି ଜାଣନ୍ତି ନାହିଁ। ଗୁରୁବାର ପ୍ରବୀଣ ଛାତ ଉପରେ କିଛି କପଡା ଏକାଠି କରି ନିଆଁ ଲଗାଉଥିଲା। ପଡୋଶୀ ମହିଳା ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ।

ପ୍ରବୀଣର ମାନସିକ ସ୍ଥିତି ଠିକ୍‌ ଥିବରୁ ଅନେକ ସମୟରେ ସେ ଏପରି କାଣ୍ଡ କରିଥାଏ। ତେବେ ପୋଲିସ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରବୀଣଙ୍କୁ ନିଆଁ ଲଗାଇବାରୁ ରୋକିଥିଲେ। ଏହି ସମୟରେ ଦୁର୍ଗନ୍ଧ ହେବାରୁ ପୋଲିସ ଦେଖିଲେ, ରେଜେଇ ତଳେ ବୃଦ୍ଧଙ୍କ ଶବ ପଡ଼ିଛି

ପୋଲିସ ଶବକୁ ଜବତ କରିବାକୁ ଯିବାବେଳେ ପ୍ରବୀଣ କହିଥିଲା, ‘ ବାପା ଏବେ ଶୋଇଛନ୍ତି। ତାଙ୍କୁ ଉଠାଅନି। ଖାଇବାବେଳେ ଉଠିବେ..।’ ପୁଅର ଏପରି ନୀରିହ କଥା ଶୁଣି ତଦନ୍ତକାରୀ ଟିମ୍‌ର ଆଖି ଓଦା ହୋଇ ଯାଇଥିଲା। ପୋଲିସ ଶବ ଜବତ କରିଛି। ପୋଡଶୀଙ୍କ କହିବା ଅନୁଯାୟୀ, କ୍ୟାପ୍ଟେନ ପରିବାର କାହା ସହ ମିଶନ୍ତି ନାହିଁ। ତେଣୁ ତାଙ୍କ ବିଷୟରେ କେହି ଜାଣନ୍ତି ନାହାନ୍ତି।

You might also like