ବିପଦ ସଙ୍କେତ ଉପରେ ଯମୁନାର ଜଳସ୍ତର

ଟ୍ରେନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ : ଏବେ ବି ବିପଦ ସଙ୍କେତ ଉପରେ ରହିଛି ଯମୁନା ନଦୀର ଜଳସ୍ତର   ଯମୁନାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ହରିଅାଣାର ହାଥିନକୁଣ୍ଡ ବ୍ୟାରେଜରୁ ପାଣିଛଡା ଯାଉଥିବାରୁ ଯମୁନାରେ ଜଳସ୍ତର ବିପଜ୍ଜନକ ସ୍ଥିତିରେ ରହିଛି ।

ସୋମବାର ନଦୀର ଜଳସ୍ତର ୨୦୫.୫ ମିଟର ରହିଛି। ଯମୁନାର ବିପଦ ସଙ୍କେତ ୨୦୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ଦେଢ ମିଟର ଅଧିକ ରହିଛି। ଏହା ଫଳରେ ଦିଲ୍ଲୀରେ ବି ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ଦେଖାଦେଇଛି।

ସ୍ଥିତି ଅାଜି ଏତେ ଗମ୍ଭୀର ଥିଲା ଯେ ଯମୁନା ଉପରେ ଥିବା ପୋଲ ଦେଇ ଯାତାୟତକୁ ବନ୍ଦ କରିବାକୁ ପଡିଥିଲା। ଏହା ଫଳରେ ନର୍ଥନ ରେଲୱେ ପକ୍ଷରୁ ଯମୁନା ବ୍ରିଜ୍‌ ଉପରେ ୨୭ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ବେଳେ ଅନେକ ଏକ୍ସପ୍ରେସ୍‌ ଟ୍ରେନର ଗତିପଥ ବଦଳାଇବାକୁ ପଡିଥିଲା।

ଲଗାତାର ବର୍ଷା ଫଳରେ ହରିୟାଣାର ହାତ୍‌ନି କୁଣ୍ଡ ବ୍ୟାରେଜରୁ ୫ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ାଯିବା ପରେ ଦିଲ୍ଲୀରେ ଏଭଳି ରୂପ ଧାରଣ କରିଛି ଯମୁନା। ତେବେ ଅାଜି ରାତି ସୁଦ୍ଧା ଯଦି ଦିଲ୍ଲୀରେ ଏହି ଜଳ ପ୍ରବେଶ କରେ ତେବେ ସ୍ଥିତି ଅାହୁରି ଭୟାନକ ହେବ ବୋଲି ଅାଶଙ୍କା କରାଯାଉଛି।

ବିଶେଷ କରି ତଳି ଅଞ୍ଚଳରେ ବନ୍ୟା ଜଳ ପଶିବାର ଭୟ ସୃଷ୍ଟି ହୋଇଛି। ଲଗାଣବର୍ଷା ଯୋଗୁଁ ତଳିଅା ଅଂଚଳର ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ଏନ୍‌ଡିଅାର୍‌ଏଫ୍‌ ଓ ସେନାବାହିନୀକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଅାଯାଇଛି। ବନ୍ୟା ପାଇଁ ସ୍ୱତନ୍ତ୍ର ଜରୁରୀକାଳୀନ ନମ୍ବର ୧୦୭୭ ଜାରି କରାଯାଇଛି।

ଏପଟେ  ଉତ୍ତର ପ୍ରଦେଶରେ ମଧ୍ୟ ବନ୍ୟା ସ୍ଥିତି। କାନପୁର ନିକଟରେ ଗଙ୍ଗା ନଦୀ ଜଳସ୍ତର ବଢିବାରେ ଲାଗିଛି। କିଛି କିଛି ସ୍ଥାନରେ ଏହା ବିପଦ ସଙ୍କେତ ନିକଟ ଦେଇ ପ୍ରବାହିତ ହେଉଛି। ଯଦି ବର୍ଷା ଜାରି ରହେ ତେବେ ଏହା ମଧ୍ୟ ବିପଦ ସଙ୍କେତ ଛୁଇଁବା ଅାଶଙ୍କା ଦେଖାଦେଇଛି। ନଦୀ କୂଳିଅା ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଗଙ୍ଗାରେ ନୌଚାଳନାକୁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like