ଚୀନର ଯୁଦ୍ଧ ପ୍ରସ୍ତୁତି; ପ୍ରଶିକ୍ଷଣ ବଢାଇବା ପାଇଁ ସେନାକୁ ନିର୍ଦ୍ଦେଶ

ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବାବେଳେ ଚୀନ କିନ୍ତୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।  ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ୍‌ପିଙ୍ଗ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଦୃଢତାର ସହ ଦେଶକୁ ରକ୍ଷା କରିବା ପାଇଁ ସେ ସେନାକୁ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଚୀନ ସଂସଦ ଅଧିବେଶନରେ ପିପୁଲ୍ସ ଲିବରେଶନ ଆର୍ମି ଏବଂ ପିପୁଲ୍ସ ଆର୍ମଡ ପୋଲିସ ଫୋର୍ସର ପ୍ରତିନିଧି ସ୍ତରୀୟ ବୈଠକ ଡାକି ୬୬ ବର୍ଷୀୟ ଚିନପିଙ୍ଗ ଏପରି ସୂଚନା ଦେଇଛନ୍ତି।

ଚୀନ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶୀ ସେନାକୁ ଆଦେଶ ଦେଇ କହିଛନ୍ତି ଯେ, ଏବେ ସବୁଠାରୁ ଖରାପ ସ୍ଥିତି ଆସିଛି। ସେ ବିଷୟରେ ଚିନ୍ତା କରିବା ସହ ଯୁଦ୍ଧ ପାଇଁ ନିଜର ପ୍ରସ୍ତୁତି ଏବଂ ପ୍ରଶିକ୍ଷଣକୁ ବଢାଅ। ସମସ୍ତ ଜଟିଳ ପରିସ୍ଥିତି ସହ ତୁରନ୍ତ ଏବଂ ପ୍ରଭାବୀ ଢଙ୍ଗରେ ଲଢ। ଏଥିସହିତ ରାଷ୍ଟ୍ରୀୟ ସୁରକ୍ଷା ଏବଂ ବିକାଶ ସମ୍ବନ୍ଧୀୟ ହିତକୁ ରକ୍ଷାକର। ଭାରତ-ଚୀନ ସୀମନ୍ତରେ ପ୍ରକୃତ ଏଲଓସି ନିକଟରେ ଚାଲିଥିବା ଦୁଇ ଦେଶ ସେନାଙ୍କ ମଧ୍ୟରେ ଉତ୍ତେଜନାକୁ ଲକ୍ଷ୍ୟ କରି ସେ ଏକଥା କହିଛନ୍ତି।

ଏଠି କହି ରଖିବକୁ, ଲଦାଖ ଏବଂ ଉତ୍ତର ସିକ୍କିମ୍‌ରେ ଭାରତ-ଚୀନ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ପରିସ୍ଥିତି ଗତ ୨ ସପ୍ତାହ ଧରି ଚାଲିଛି

You might also like