ହିନ୍ଦୁ ଦେବାଦେବୀଙ୍କୁ ନେଇ କଟାକ୍ଷ କଲେ ଲେଖକ ଅରିନ୍ଦମ ଚୌଧୁରୀ

ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ହିନ୍ଦୁ ଦେବା ଦେବୀଙ୍କୁ ନେଇ କଟାକ୍ଷ। ଅସଂଖ୍ୟ ଜଗନ୍ନାଥ ପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି ଲେଖକ ତଥା ଆଇଆଇପିଏମ୍ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ। ସେ ଜଗନ୍ନାଥ ଏବଂ ଆନ୍ଧ୍ରର ତିରୁପତି ବାଲାଜୀଙ୍କୁ ନେଇ ଉପହାସ କରିଛନ୍ତି।

ନିଜର ଅଫିସିଆଲ ଫେସବୁକ୍ ପୋଷ୍ଟରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି ସେ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, କୌଣସି ଭଗବାନଙ୍କୁ ପ୍ରାର୍ଥନା କଲେ କରୋନାରୁ ମୁକ୍ତି ମିଳିବନି। ପ୍ରାର୍ଥନା କେବେ କାମ କରେ ନାହିଁ, ଯଦି ଖୁସିରରେ ରହିବାକୁ ଚାହୁଁଛ ତେବେ ତାଙ୍କ ବହି ପଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ତାଙ୍କ ବହିର ପ୍ରମୋସନ କରିବାକୁ ଯାଇ ଏପରି ଲେଖିଛନ୍ତି।

ଏହା ସହ ଶ୍ରୀଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜଣେ ଡାକ୍ତର କରୁଥିବା ଫଟୋ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି ଅରିନ୍ଦମ। କେବଳ ସେତିକି ନୁହେଁ, ତିରୁପତି ବାଲାଜୀଙ୍କୁ କଟାକ୍ଷ କରି ଏହି ମନ୍ଦିରର ୫୦ ସେବାୟତଙ୍କ ମଧ୍ୟରୁ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସେ ଲେଖିଛନ୍ତି। ଅରିନ୍ଦମଙ୍କ ଏଭଳି ଟ୍ୱିଟ୍‌କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

 

You might also like