ଧରାପଡ଼ିଲା ପାକିସ୍ତାନର ମିଛ

ଇସ୍‌ଲାମାବାଦ: ଧରାପଡ଼ିଲା ପାକିସ୍ତାନର ମିଛ। ବିଶ୍ୱ ସମ୍ମୁଖରେ ପାକିସ୍ତାନର ମିଛ କଥା ଧରାପଡ଼ି ଯାଇଛି। ଗତକାଲିଠୁ ଭାରତୀୟ ମିଗ୍ ବିମାନକୁ ଖସାଇଥିବା ଦାବି କରୁଥିଲା ପାକିସ୍ତାନ ସେନା। ଏଥିସହ ସୋଶାଲ୍‌ ମିଡିଆରେ ଘୁରି ବୁଲିଥିବା ଫଟୋକୁ ଦେଖାଇ ପାକିସ୍ତାନ ଦମ୍ବୋକ୍ତି ମଧ୍ୟ କରୁଥିଲା। ଯାହା ଡାହା ମିଛ ବୋଲି ଜଣାପଡ଼ିଛି।

Image Credit: ANI

ପାକିସ୍ତାନ ବାୟୁ ସେନାର F16 ବିମାନର ଭଗ୍ନାବଶେଷ, ଯାହାକି ଭାରତୀୟ ବାୟୁସେନା ଦ୍ୱାରା ବୁଧବାର ଦିନ ଖସାଇ ଦିଆଯାଇଥିଲା, ପିଓକେରେ ଏହାକୁ ପାକିସ୍ତାନର ସେନା ଅଧିକାରୀ ଅନୁଧ୍ୟାନ କରୁଥିବା ଏହି ଫଟୋରେ ଦେଖିବାକୁ ମିଳିଛି।

ପିଓକେର ବାଲାକୋଟ୍‌ରେ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ବୁଧବାର ଦିନ ପାକିସ୍ତାନ ଏହାର ବାୟୁସେନାକୁ ବ୍ୟବହାର କରି ଭାରତ ପଟେ ଥିବା ସେନା ଶିବିର ଉପରେ ଟାର୍ଗେଟ୍‌ କରିଥିଲା। ହେଲେ ଏନେଇ ଭାରତ ପୂର୍ବରୁ ସତର୍କ ଥିବାରୁ ପାକିସ୍ତାନର ଉଦ୍ୟମ ପଣ୍ଡ କରିଥିଲା ବୋଲି ବୈଦେଶିକ ବ୍ୟପାର ମନ୍ତ୍ରଣାଳୟ ଗତକାଲି କହିଥିଲା।

ଆହୁରି ପଢ଼ନ୍ତୁ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

You might also like