ବଦଳିଗଲା ଭାଗ୍ୟ ! ଖଣିରୁ ମିଳିଲା ହୀରାଖଣ୍ଡ
ପାନ୍ନା: ଖଣିରୁ ମିଳିଲା ୧୦.୬୯ କ୍ୟାରେଟ୍ର ଏକ ହୀରାଖଣ୍ଡ। ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା। ମଧ୍ୟ ପ୍ରଦେଶର ପାନ୍ନା ଜିଲ୍ଲାରେ ଥିବା ଏକ ଖଣିରୁ ଏହି ହୀରାଖଣ୍ଡ ମିଳିଛି।
ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିଟିକୁ ଲିଜ୍ରେ ନେଇଥିବା ଆନନ୍ଦୀଲାଲ୍ କୁଶ୍ୱା(୩୫) ଏହି ହୀରାଖଣ୍ଡକୁ ପାଇଥିଲେ। ଏହାପରେ ସେ ସ୍ଥାନୀୟ ହୀରା କାର୍ଯ୍ୟାଳୟରେ ଏହାକୁ ସେ ଡିପୋଜିଟ୍ କରିଥିଲେ। ନିକଟରେ କୁଶ୍ୱା ଏକ ୭୦ କ୍ୟାରେଟ୍ର ହୀରାଖଣ୍ଡ ମଧ୍ୟ ଡିପୋଜିଟ୍ କରିଥିଲେ।
ପାନ୍ନା ଜିଲ୍ଲାରେ ଲକ୍ଡାଉନ୍ କଟକଣା କୋହଳ ହେବାପରେ ଖଣି ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ପ୍ରଥମ ଥର ପାଇଁ ଏତେ ମୂଲ୍ୟର ଦାମୀ ହାରାଖଣ୍ଡ ମିଳିଛି।
ସୂଚନା ଅନୁସାରେ, ଏହି ହୀରାଖଣ୍ଡକୁ ଏବେ ନିଲାମ ଡକାଯିବ। ଏଥିରୁ ଯେତିକି ଟଙ୍କା ମିଳିବ, ସେଥିରୁ ସରକାରଙ୍କ ରୟାଲିଟି ଓ ଟାକ୍ସ ବାଦ୍ ଦେଇ ବାକି ଟଙ୍କାକୁ ଡିପୋଜିଟରଙ୍କୁ ଦିଆଯିବ।