ବିଶ୍ୱରେ ୩ ଲକ୍ଷରୁ ଅଧିକ ମୁଣ୍ଡ ନେଲାଣି କରୋନା
ୱାଶିଂଟନ: ଆମେରିକାରେ ଲକ୍ଷେ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷ ୨ ହଜାର ୧୦୭ ପହଞ୍ଚିଛି। ପ୍ରତି ଘଣ୍ଟାରେ ମୃତ୍ୟୁ ଖବର ଆସୁଛି।
ସେହିଭଳି ବିଶ୍ୱ ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୮୯ ହଜାର ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୭ ହଜାର ଛୁଇଁଛି । ଆମେରିକା ପରେ ବ୍ରାଜିଲରେ ବି ସାଂଘାତିକ ପରିସ୍ଥିତି ।
ବ୍ରାଜିଲରେ ୪ ଲକ୍ଷ ୧୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ ହଜାରରୁ ଅଧିକ ରହିଛି । ଇଂଲଣ୍ଡ, ଇଟାଲିରେ ମଧ୍ୟ ପୂର୍ବ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମୁନି ।
ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶରେ ନିଜର କାୟା ବିସ୍ତାର କରିଥିବା କରୋନା ଭାଇରସ ୩,୫୭,୪୨୬ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏଥିରେ ୫୭,୮୮,୯୨୮ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ୨୪,୯୭,୫୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସ୍ପେନରେ ୨୭,୧୧୮, ବ୍ରିଟେନରେ ୩୭,୪୬୦, ଇଟାଲୀରେ ୩୩,୦୭୨, ଫ୍ରାନ୍ସରେ ୨୮,୫୯୬, ଜର୍ମାନୀରେ ୮,୫୩୩, ତୁର୍କୀରେ ୪,୪୩୧, ଭାରତରେ ୪,୫୩୪ ଜଣ ପ୍ରାଣ ହରାଇଥିବା କରୋନା ୱାର୍ଲ୍ଡ ମିଟିର ତଥ୍ୟ ପ୍ରକାଶ କରିଛି।