ଲୋକାର୍ପିତ ହେଲା ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ‘ଅଟଳ ଟନେଲ୍’

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ଅଟଳ ଟନେଲ୍‌କୁ (Atal Tunnel)‌‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପଣ କରିଛନ୍ତି। ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଅଟଳ ଟନେଲକୁ ହିମାଚଳ ପ୍ରଦେଶ ରୋହତାଙ୍ଗ୍‌ରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଲୋକାର୍ପଣ କରିଛନ୍ତି।

୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି ଏହି ଟନେଲ୍। ୯ କିମି ଲମ୍ବ ବିଶିଷ୍ଟ ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ୍।  ଟନେଲ୍ ନିର୍ମାଣ ଦ୍ୱାରା ମନାଲିରୁ ଲେହ ୪୬ କିମି ଦୂରତା କମିବ। ଏହି ଟନେଲ୍‌ ଦ୍ୱାରା ତୁଷାରପାତ ଯୋଗୁ ୬ ମାସ ବନ୍ଦ ରହୁଥିବା ଯାତ୍ରା ପ୍ରତିବନ୍ଧକ ହଟିବ।

ହିମାଳୟର ପିର ପଞ୍ଜାଲ ପର୍ବତ ଶୃଙ୍ଖଳା ମଝିରେ ନିର୍ମିତ ହୋଇଛି ଏହି ସୁଦୀର୍ଘ ଟନେଲ। ସମୁଦ୍ର ପତନଠାରୁ ୩ ହଜାର କିମି ଉଚ୍ଚତାରେ ଥିବା ଏହି ଟନେଲରେ ରହିଛି ଅତ୍ୟାଧୁନି ସୁବିଧା । ଅଧିକାରୀଙ୍କ କହିବା ଅନୁଯାୟୀ, ଘୋଡା ନାଲ ଆକାରର ଦୁଇ ଲେନ ବିଶିଷ୍ଟ ଏହି ସୁଡଙ୍ଗରେ ୮ ମିଟର ଚଉଡା ସଡକ ରହିଛି। ଟନେଲର ଉଚ୍ଚତା ୫.୫୨୫ ମିଟର।

ଏହି ଟନେଲ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୩, ୩୦୦ କୋଟି ଟଙ୍କା। ଦେଶର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ଟନେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଟନେଲ ଦେଇ ଦୈନିକ ୧୫ ଶହ ଟ୍ରକ ଏବଂ ତିନି ହଜାର କାର ଯାତାୟାତ କରିପାରବ । ଏହି ଭିତରେ ଯାନବାହନର ଗତି ଘଣ୍ଟା ପ୍ରତି ୮୦ କିମି ରହିବ ବୋଲି ଅଧିକାରୀ ସୂତ୍ରରୁ ଜଣାଯାଇଛି।

ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ। ଏହି ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟୀ ରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, CDS ବିପିନ ରାଓ୍ୱତ୍ , ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନର୍ଭାଣେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ: ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like