ପରଲୋକରେ ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଯୋଡ଼ା ମଣିଷ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଯାଆଁଳା ଯୋଡ଼ା ଭାଇଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରୋନୀ ଓ ଡନି ଗେଲନ୍ ନାମକ ଏହି ଦୁଇ ଭାଇ ୨୮ ଅକ୍ଟୋବର, ୧୯୫୧ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଆମେରିକାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ଦୁହିଁଙ୍କର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଛି।

୨୦୧୪ରେ ଦୁହେଁ ୬୩ ବର୍ଷ ବୟସରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯୋଡ଼ି ହୋଇ ଜୀବିତ ରହିବାର ରେକର୍ଡ ନିଜ ନାଁରେ କରିଥିଲେ। ଏହା ପୂର୍ବରୁ ଏହି ରେକର୍ଡ ଆମେରିକାର ଚେଙ୍ଗ ଓ ଆଙ୍ଗ ବଙ୍କରଙ୍କ ନାଁରେ ଥିଲା। ଏହା ସହ ଗେଲନ୍ ବ୍ରଦର୍ସ ଜିଆକୋମୋ ଓ ଜିଓଭାନୀ ବାତିସ୍ତା ଟୋକିଙ୍କ ନାଁରେ ଥିବା ରେକର୍ଡକୁ ମଧ୍ୟ ଭାଙ୍ଗିଥିଲେ। ଜିଆକୋମୋ ଓ ଜିଓଭାନୀ ୧୮୭୫ରେ ଜନ୍ମଗ୍ରହଣ କରିଥିଲେ ଏବଂ ୬୨ ବର୍ଷ ଓ ୨୫୧ ଦିନ ପର୍ଯ୍ୟନ୍ତ ବଞ୍ଚିଥିଲେ।

ଗେଲନ୍ ବ୍ରଦର୍ସଙ୍କ ଶରୀର ଜନ୍ମରୁ ହିଁ ପେଟରେ ଯୋଡ଼ି ହୋଇ ରହିଥିଲା। ରୋନୀ ଓ ଡନୀଙ୍କ ଭାଇ କହିଛନ୍ତି, ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଯୋଡ଼ା ହୋଇଥିବା ଯାଆଁଳ ଭାଇଙ୍କ ରେକର୍ଡ ନିଜ ନାଁରେ କରିବା ପୂର୍ବରୁ ଦୁହେଁ ବହୁତ ଉତ୍ସାହିତ ଥିଲେ।

ପେଟ ଯୋଡ଼ି ହୋଇଥିବାରୁ ଦୁହିଁଙ୍କ ଶରୀରରେ ଏକମାତ୍ର ଲୋୟର୍ ଡାଇଜେଷ୍ଟିଭ୍ ଟ୍ରାକ୍ଟ ଓ ମଳଦ୍ୱାର ଥିଲା। କିନ୍ତୁ ଦୁହିଁଙ୍କର ହୃଦୟ ଅଲଗା ଥିଲା। ଦୁହିଁଙ୍କ ହାତ ଓ ଗୋଡ଼ ମଧ୍ୟ ସମ୍ପୂର୍ଣ୍ଣ ସାମାନ୍ୟ ମଣିଷଙ୍କ ଭଳି ଥିଲା। ଦୁହିଁଙ୍କର ଭଲମନ୍ଦ ବୁଝାବୁଝି କରୁଥିଲେ ସେମାନଙ୍କର ଭାଇ ଓ ତାଙ୍କ ପତ୍ନୀ।

୨୦୧୪ରେ ଦୁଇ ଭାଇ କାର୍ନିଭାଲ୍ ସାଇଡ୍ ଶୋ’ରେ ଭାଗ ନେଇଥିଲେ, ଯେଉଁଠାରେ ଦୁହେଁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ଏହି ଶୋ’ରୁ ଆୟ କରିଥିବା ଅର୍ଥକୁ ସେମାନେ ବାକି ୯ ଭାଇ ଓ ଭଉଣୀଙ୍କ ସହାୟତାରେ ଲଗାଇଥିଲେ। ୧୯୯୧ରେ ଦୁହେଁ ମନୋରଞ୍ଜନ ଦୁନିଆ ଅର୍ଥାତ୍ ପେସାରୁ ଦୂରେଇ ଯାଇଥିଲେ ଏବଂ ୨୦ ବର୍ଷ ପର୍ଯ୍ୟନ୍ତ ପରିବାରଠାରୁ ଅଲଗା ରହିଥିଲେ। କିନ୍ତୁ ୨୦୧୦ରେ ଦୁହେଁ ପୁଣିଥରେ ପରିବାର ସହ ରହିବା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

You might also like