‘ଅଟଳ ଟନେଲ୍ ଲେହ ଓ ଲଦାଖ ପାଇଁ ଜୀବନ ରେଖା’

ରୋହତଙ୍ଗ: ବହୁ ପ୍ରତୀକ୍ଷା ପରେ ଆଜି ହିମାଚଳ ପ୍ରଦେଶରେ ନିର୍ମାଣ ହୋଇଥିବା ଅଟଳ ଟନେଲ୍ ଉଦ୍‌ଘାଟିତ ହୋଇଛି। ଏହି ଟନେଲ ଦ୍ୱାରା ମନାଲିରୁ ଲେହକୁ ଯାତ୍ରା ପାଇଁ ମାତ୍ର ୫ ଘଣ୍ଟା ଲାଗିବ। ଏହା ଛଡ଼ା ଶୀତ ଦିନେ ବରଫ ବନ୍ଦୀ ଜୀବନରୁ ମୁକ୍ତି ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଯାଇ ଏହାର ଲୋକାର୍ପଣ କରିଛନ୍ତି।

ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ଅଟଳ ଟନେଲ୍ ଲେହ ଓ ଲଦାଖ ପାଇଁ ଲାଇଫ୍ ଲାଇନ୍। ବିଶ୍ୱସ୍ତରୀୟ ଟନେଲ୍ ଦ୍ୱାରା ଏହା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହା ବେଶ ଗୁରୁତ୍ୱ ବହନ କରୁଛି।

ଦିବଙ୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏହାର ପରିକଳ୍ପନା ହୋଇଥିଲା। ତେବେ ଜାଣିଶୁଣି ଏହି କାର୍ଯ୍ୟକୁ ତ୍ୱରାନିତ କରାଯାଇନଥିବା କହି ବିରୋଧୀଙ୍କୁ ଟାଗେର୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅଟଳ ଟନେଲ ସେନାର ଶକ୍ତି ବଢ଼ାଇବ ଏବଂ ବିଶ୍ୱକୁ ଆମ ସାମର୍ଥ୍ୟର ଏହା ଝଲକ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଦୀର୍ଘ ବର୍ଷ ଧରି ଏହି ଟନେଲକୁ ନିର୍ମାଣ କରିବାକୁ ଲାଗିଥିବା ଯବାନ, ଇଞ୍ଜିନିୟର ଓ ଶ୍ରମିକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନିର୍ମାଣ ହୋଇଥିବାରୁ ସେ ଗର୍ବିତ ବୋଲି ମୋଦି କହିଛନ୍ତି ।

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

You might also like