ଆଖି ବୁଜିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଏଇ ନୀରବ ସାକ୍ଷୀ
ମସ୍କୋ:ଆମେରିକାରେ ଜନ୍ମିତ ତଥା ୨ୟ ବିଶ୍ୱ ଯୁଦ୍ଧର ଏକାମାତ୍ର ସାକ୍ଷୀ ୮୪ ବର୍ଷର ଘଡିଆଳ (alligator) ଯିଏ କି ଋଷର ମସ୍କୋ ଜୁ’ ରେ ଥିଲା ତାହାର ମୃତ୍ୟୁ ଘଟିଛି । କୁହାଯାଏ, ଏହି ଘଡ଼ିଆଳ କୁଆଡେ ଜର୍ମାନୀର ତାନାଶାହ ଆଡଲଫ ହିଟଲରଙ୍କ ପୋଷା ଥିଲା ।
୧୯୪୩ରେ ବର୍ଲିନରେ ବୋମା ବିସ୍ଫୋରଣ ବେଳେ ବର୍ଲିନର ଏକ ଚିଡ଼ିଆଖାନାରୁ ଯେଉଁ କେତେଜଣଙ୍କୁ ଜୀବତ ଉଦ୍ଧାର କରାଯାଇଥିଲା ସେମାନଙ୍କ ମଧ୍ୟରେ ଏହି ଘଡ଼ିଆଳ ଥିଲା । Saturn ନାମରେ ପରିଚିତ ଏହି ଘଡ଼ିଆଳ ଏହି ଦୁର୍ଘଟଣା ପରେ ବହୁତ ଦିନ ବଞ୍ଚି ରହିଥିଲା ।
ବର୍ଲିନ ଚିଡିଆଖାନାରେ ଏହା ସମସ୍ତଙ୍କର ଆକର୍ଷଣ କେନ୍ଦ୍ର ବିନ୍ଦୁ ଥିଲା ।
ମସ୍କୋ ଜୁ’ର ଜଣେ ବରିଷ୍ଠ ଅଧିକାରୀ କହଛନ୍ତି, ଏହା ହିଟଲରଙ୍କ ପସନ୍ଦ ଥିଲା କି ନାହିଁ ଜଣାନାହଁ । କିଛି ଦିନ ପରେ ଏମିତି ଏକ ବାର୍ତ୍ତା ପ୍ରଚାର ହୋଇଗଲା କି ଏହା ହିଟଲରଙ୍କ କଲେକ୍ସନରେ ସାମିଲ ଥିଲା । ତେବେ ଏହି ଉକ୍ତିର କୌଣସି ତଥ୍ୟ ବା ପ୍ରମାଣ ନାହିଁ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଘଡ଼ିଆଳଟି ତା ଜୀବନରେ ଏକାଧିକବାର ମୃତ୍ୟୁ ମୁହଁରୁ ଖସି ଆସିଛି। ୧୯୪୩ ବୋମା ବିସ୍ଫୋରଣରୁ ବର୍ତ୍ତିବା ପରେ ୧୯୮୦ରେ ଏହାର ଖୁବ୍ ନିକଟରେ ଏକ କଂକ୍ରିଟରର ସ୍ଲାବ ଖସି ପଡ଼ି ଯାଇଥିଲା । ହେଲେ ସେ ବର୍ତ୍ତି ଯାଇଥିଲା ।
ସେତେିକ ନୁହେଁ, ଜଣେ ପର୍ଯ୍ୟଟକ ତାକୁ ଦେଖି ପଥର ଫିଙ୍ଗିଥିଲେ । ଏହା ପରେ ଅନେକ ଦିନ ଧରି ସେ ଅସୁସ୍ଥ ହୋଇ ପଡିଥିଲା । ଦୁଇଥର ରାଗରେ ଆସି ସେ ଖାଦ୍ୟପାନୀୟ ବି ଛାଡି ଦେଇଥିଲେ । ହେଲେ ପରେ ଠିକ୍ ହୋଇଥିଲା।
ସୂଚନାଥାଉ କି, ଏହି ଘଡ଼ିଆଳର ଜନ୍ମ ୧୯୩୬ରେ ମିସିସପିର ଏକ ଜଙ୍ଗଲରେ ହୋଇଥିଲା । ପରେ ଏହାକୁ ବର୍ଲିନ ପଠାଇ ଦିଆଯାଇଥିଲା । ୧୯୪୩ ବୋମା ବିସ୍ଫୋରଣ ପରେ ୩ ବର୍ଷ ପର୍ଯ୍ୟନ୍ତ ଏହା ଗାଏବ ହୋଇ ଯାଇଥିଲା । ପରେ ଜଣେ ବ୍ରିଟିଶ ସୈନିକ ଏହାକୁ ପାଇ ରଖିଥିଲେ। ତେବେ ମଝିରେ ଏହି ୩ ବର୍ଷ ପର୍ଯ୍ୟନ୍ତ ସେ କେଉଁଠି ଥିଲା ତାହାର କୌଣସି ତଥ୍ୟ ମିଳୁନାହିଁ। କୁହାଯାଏ ସେ ଏହି ଦିନ ମାନଙ୍କରେ ବେସମେଣ୍ଟ, ଅନ୍ଧାରିଆ କୋଣ କିମ୍ବା ସମୁଦ୍ର ତଳେଳ ରହୁଥଲା । ଆଉ କେତେକ କହନ୍ତି କେହି ସିନିଅର ନାଜି ଏହାକୁ ପାଇ ପାଳିଥିଲେ ।
ଏକଥା ବି କୁହାଯାଏ ଯେ, ଯେତେେବେଳେ ୧୯୯୦ରେ ସୋଭିଏତ୍ ୟୁନିୟନ ଧରାଶାୟୀ ହୋଇଥିଲା ସେତେବେଳେ Saturn କୁଆଡେ କାନ୍ଦି ପକାଇଥିଲା । କାରଣ ଋଷ ସଂସଦ ଉପରେ ହୋଇଥିବା ଆକ୍ରମଣରେ ତାର ବର୍ଲିନ ବିସ୍ଫୋରଣର ଶବ୍ଦ ମନେ ପଡ଼ି ଯାଇଥିଲା । Saturnକୁ ମନେ ପକାଇ ମସ୍କୋ ଜୁ’ର ଜଣେ କର୍ମଚାରୀ କହନ୍ତି, ସେ ଯୁଦ୍ଧ ଜିତିବା ପରେ ଏଠାକୁ ଆସିଥିଲା ଏବଂ ଯୁଦ୍ଧର ୭୫ତମ ବାର୍ଷିକୀ ମଧ୍ୟ ଦେଖିକରି ଗଲା । ଆମମାନଙ୍କ ମଧ୍ୟରୁ ଅନେକ ତାକୁ ଛୋଟ ବେଳୁ ଦେଖି ଆସିଛୁ ।