ପାକିସ୍ତାନ ସ୍ୱୀକାର କଲା-କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଭାରତକୁ ବିଶ୍ୱାସ କରେ, ଆମକୁ ନୁହେଁ

ଇସ୍‌ଲାମାବାଦ: ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍‌ ଖାନ୍‌ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା, ସେଥିରେ କୌଣସି ବି ଅନ୍ତର୍ଜାତୀୟ ରାଷ୍ଟ୍ର ଏକମତ ହୋଇପାରି ନାହାନ୍ତି। ବିଶ୍ୱ ଦରବାରେ ଏଥିପାଇଁ ପାକିସ୍ତାନର ଭାବମୂର୍ତ୍ତି ଖରାପ ହୋଇଛି। ଏହା ପଛରେ ଇମ୍ରାନ୍‌ ଖାନ୍‌ ଓ ବିଭିନ୍ନ ସମୟରେ ଶାସନ ଗାଦିରେ ଥିବା ବ୍ୟକ୍ତିବିଶେଷ ଦାୟୀ।

ଅନ୍ତର୍ଜାତୀୟ ସମୂହ ଆମକୁ ବିଶ୍ୱାସକୁ ନେଇ ନାହାନ୍ତି। ଆମେ କହିଲୁ ଭାରତ କର୍ଫ୍ୟୁ ଜାରି କରି କଶ୍ମୀର ଲୋକଙ୍କୁ ମେଡିସିନ୍‌ ଦେଉନାହାନ୍ତି। ଏହା ସତ୍ତ୍ୱେ ସେମାନେ ଆମକୁ ବିଶ୍ୱାସ ନ କରି ଭାରତକୁ ଅଧିକ ବିଶ୍ୱାସ କଲେ। ଦେଶକୁ ଶାସନ କରୁଥିବା ଲୋକମାନେ ପାକିସ୍ତାନକୁ ଧ୍ୱଂସ କରିଦେଇଛନ୍ତି।

ଏବେ ଲୋକେ ଭାବୁଛନ୍ତି ଆମ ଦେଶ ଆଦୌ ସିରିୟସ ନୁହେଁ। ଆମେ ପାକିସ୍ତାନର ଭାବମୂର୍ତ୍ତି ଖରାପ ହେବା ପଛରେ ଇମ୍ରାନ୍‌ ଖାନଙ୍କୁ ଦାୟୀ କରିପାରିବା ନାହିଁ। ପାକିସ୍ତାନକୁ ବିଶ୍ୱ ଦରବାରରେ ଲୋକହସା କରିବା ପଛରେ ପରଭେଜ ମୁଶାରଫ, ଭେନଞ୍ଜାରୀ ଭୁଟ୍ଟୋ ଓ ଅନ୍ୟ ଶାସକ ମାନଙ୍କର ମଧ୍ୟ ଭୂମିକା ରହିଛି। ଏବେ ପାକିସ୍ତାନ କଥା କେହି ବି ଗୁରୁତ୍ୱର ସହ ନେଉନାହାନ୍ତି।”

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ସରକାର ଭାରତ ବିରୋଧରେ ଗୋଟି ଚାଳନା କରିଛନ୍ତି। ଏପରି କି ଭାରତକୁ ଯୁଦ୍ଧ ଧମକ ମଧ୍ୟ ଦେଇଛନ୍ତି। ହେଲେ କୌଣସି ଗୋଟିଏ ହେଲେ ବି ରାଷ୍ଟ୍ର ଖୋଲାଖୋଲି ଭାବେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରିନାହାନ୍ତି।

ଗତକାଲି ଜାତିସଂଘ ମଧ୍ୟ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରୋକଠୋକ ମନା କରିଦେଇଛି। ଏହାପୂର୍ବରୁ ପାକିସ୍ତାନ ସରକାର ଅବୁଧାବି କ୍ରାଉନ ପ୍ରିନ୍ସ, ସାଉଦି ଆରବର କ୍ରାଉନପ୍ରିନ୍ସ, ଫ୍ରାନ୍ସର ରାଷ୍ଟ୍ରପତି, ଜୋର୍ଡାନ ରାଜା ଅବଦୁଲ୍ଲା-୨ଙ୍କୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଥିଲେ।

ହେଲେ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ। ବରଂ ସମସ୍ତେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ

ଲକ୍‌‌ଡାଉନ ସମୟରେ ସ୍‌:ତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

You might also like