ବିଶ୍ୱ ଏବେ ବୁଝୁଛି ଯୋଗର ଆବଶ୍ୟକତା: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ୍ ରହିଛି ‘ୟୋଗା ଫର୍ ହେଲ୍ଥ, ୟୋଗା ଆଟ୍ ହୋମ୍।’ ଯୋଗ ଦିବସ ପାଳନ ଲାଗି ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି। କରୋନା କଟକଣା ଭିତରେ ସାମାଜିକ ଦୂରତା ରଖି କିଭଳି ଯୋଗ ଦିବସ ପାଳନ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି।

କରୋନା ମହାମୀର ଯୋଗୁ  ବିଶ୍ୱ ଏବେ ପୂର୍ବ ଅପେକ୍ଷା ଯୋଗର ଆବଶ୍ୟକତାକୁ ଅଧିକ ବୁଝୁଛି। ଭାରତର ଏହି ବହୁ ପୁରୁଣା ଅଭ୍ୟାସ ସାରା ବିଶ୍ୱରେ ଅନେକଙ୍କୁ କରୋନା ସହିତ ଲଢ଼ି ପରାସ୍ତ କରିବାକୁ ଶକ୍ତି ଯୋଗାଇଛି ବୋଲି ମୋଦି କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି।

କରୋନା ଆମ ଶରୀରରେ ଶ୍ୱାସକ୍ରିୟା ପ୍ରକ୍ରିୟ ଉପରେ ଅଧିକ ପ୍ରଭାବ ପକାଉଛି। ଆଉ ପ୍ରାଣାୟାମ ହେଉଛି ଏମିତି ଏକ ଶ୍ୱାସକ୍ରିୟା ଜନତି ବ୍ୟାୟାମ ଯାହା ଏହାର ସଂଚାଳନକୁ ପ୍ରକ୍ରିୟାକୁ ବଳ ଦେବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ସମୟରେ ଯୋଗାଭ୍ୟାସ ଅତ୍ୟନ୍ତ ଜୁରୁରୀ ବୋଲି କହିଛନ୍ତି। ସେ କହିଛନ୍ତି, ଯୋଗ ଦିବସ ଏକଜୁଟ୍ ହେବାର ଦିନ। ବିଶ୍ୱ ଭାତୃତ୍ୱର ଦିନ। ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୁଲ୍ ହେବନି ବୋଲି ମୋଦି କହିଛନ୍ତି। କରୋନା ସଂକଟ ବେଳେ ଯୋଗାଭ୍ୟାସ, ପ୍ରାଣାୟମ ଅତ୍ୟନ୍ତ ଆବଶ୍ୟକ। ଯୋଗାଭ୍ୟାସ ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଯୋଗର ମାନସିକ ସ୍ଥିତି ଉପରେ ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ଦ୍ୱାରା ଆମକୁ ମାନସିକ ଶାନ୍ତି ମିଳେ, ସଂଯମତା ରକ୍ଷା ହୁଏ। ଯୋଗାଭ୍ୟାସ ଦ୍ୱାରା ପରିବାରରେ ଊର୍ଜା ସଂଚାର ହୁଏ। ଯୋଗର ବିଭିନ୍ନ ମୁଦ୍ରା ଆମ ଶରୀର ପାଇଁ ଲାଭଦାୟକ।

ଏଥସହିତ ଗୀତାରେ ବର୍ଣ୍ଣିତ କର୍ମଯୋଗ ସଂପର୍କରେ ଆଲୋକପାତ କରି ବୁଝାଇବା ସହିତ ଘରେ ସୁରକ୍ଷିତ ରହି ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like