କୋଭିଡ ୧୯ ବିରୋଧି ଲଢ଼େଇରେ ସାମିଲ ହେଲା ବିଶ୍ୱବ୍ୟାଙ୍କ, ଏସବୁ ଦେଶକୁ ଦେବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତ ଓ ଭାରତ ଭଳି ଦେଶମାନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛି ବିଶ୍ୱବ୍ୟାଙ୍କ। ବିଶ୍ୱବ୍ୟାଙ୍କର ଉଚ୍ଚକ୍ଷମତା ସମ୍ପନ୍ନ ବୋର୍ଡ ବୈଠକ ପରେ ଭାରତ ଲାଗି ଏକ ବିଲିୟନ ଆମେରିକୀୟ ଡଲାରର ଆପତକାଳୀନ ଅର୍ଥରାଶି ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ ଆସନ୍ତା ୧୫ ମାସ ପାଇଁ ଭାରତ ଭଳି ୨୫ଟି ଦେଶକୁ ମୋଟ ୧ ଦଶମିକ ୯ ବିଲିୟନ ଆମେରିକୀୟ ଡଲାର ଅର୍ଥରାଶି ସହାୟତା ଦେବ । ଆଗକୁ ଅନ୍ୟ ୪୦ଟି ଦେଶକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବିବୃତ୍ତିରେ କୁହାଯାଇଛି ।

ବିଶ୍ୱବ୍ୟାଙ୍କ ପ୍ରେସିଡେଣ୍ଟ ଡେଭିଡ୍ ମାଲପାସ୍ କହିଛନ୍ତି ଯେ, ବିକାଶଶୀଳ ରାଷ୍ଟ୍ରମାନେ ଲଢୁଥିବା କୋଭିଡ ୧୯ ବିରୋଧି ଲଢ଼େଇରେ ଏହା ବିଶ୍ୱବ୍ୟାଙ୍କର ଯୋଗଦାନ ହେବ।  ସଂପୃକ୍ତ ଦେଶର ଆର୍ଥିକ ଏବଂ ସାମାଜିକ ସ୍ଥିରତା ପାଇଁ ବି ଏହା ଜରୁରୀ ବୋଲି ବିଶ୍ୱବ୍ୟାଙ୍କ ତରଫରୁ କୁହାଯାଇଛି ।

You might also like