ନୂଆଦିଲ୍ଲୀ: କରୋନାକୁ ନେଇ WHO ବା ହୁ ବଡ଼ ମନ୍ତବ୍ୟ ଦେଇଛି। କହିଛି, ବିଶ୍ୱର ୨୯ ଦେଶରେ ପୁଣି ଥରେ କରୋନାର ନୂଆ ଭ୍ୟାରିଆଂଟ୍‌ ମିଳିଛି। ଏହି ମାରାତ୍ମକ ଭୂତାଣୁ ଦକ୍ଷିଣ ଆମେରିକାରୁ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛି। ଆଉ ଏହାର ନାମ (Lambda) ବୋଲି କୁହାଯାଇଛି। ହୁ’ ର ମୁଖପାତ୍ର କହିଛନ୍ତି, ଏହା ପ୍ରଥମ ଥର ମିଳିଛି କିନ୍ତୁ କରୋନା ମହାମାରୀ ବ୍ୟାପିବାରେ ଦକ୍ଷିଣ ଆମେରିକା ଦାୟୀ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ, ଫେରୁ ସହରରେ ଏହି ଭୂତାଣୁ ଅଧିକ ସଂଖ୍ୟାରେ ଠାବ ହୋଇଛି। କେବଳ ଏତିକି ନୁହେଁ ବରଂ ୨୦୨୧ ମସିହା ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ୮୧ ପ୍ରତିଶତ ଲୋକେ ଏହି ମହାମାରୀ ସଂକ୍ରମଣ ହୋଇଛନ୍ତି। ଏହାସହ ଚିଲ୍ଲୀ ସହରରେ ବିଗତ ୬୦ ଦିନ ମଧ୍ୟରେ ଏହିପରି ୩୨ ପ୍ରତିଶତ ମାମଲା ଠାବ ହୋଇଥିବା ଜଣାପଡ଼ିଛି। ଏବେ ଆର୍ଜେଣ୍ଟିନା ପରି ସହରରେ ମଧ୍ୟ ଏହି ଭୂତାଣୁ ଠାବ ହୋଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, (Lambda)  ଭାଇରସ୍‌ ସଂକ୍ରମଣ ବହୁତ ଶୀଘ୍ର ଶରୀରରେ ବୃଦ୍ଧି କରିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପ୍ରକାର ଭୂତାଣୁ ଏତେ ମାତ୍ରାରେ ସଂକ୍ରମଣ କରୁଛି ଯେ, ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ କୌଣସି ଆଂଟିବଡ଼ି ମଧ୍ୟ ସୃଷ୍ଟି କରିପାରୁନାହିଁ। ଏ ପ୍ରକାର ଭୂତାଣୁକୁ ଚିହ୍ନଟ କରିବା ପାଇଁ ଅନେକ ପ୍ରକାର ଟେଷ୍ଟର ମଧ୍ୟ ଆବଶ୍ୟକତା ରହିଛି। ଏଠାରେ କହିରଖୁଛୁ ,ଭୂତାଣୁ ସେତେବେଳେ ସଂକ୍ରଣାତ୍ମକ ହେବ ଯେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ବୈଜ୍ଞାନିକମାନେ ଏହାକୁ କ୍ଷତିକାରକ ବୋଲି କହିବେ।

କୁହାଯାଉଛି, ଏହି ଭୂତାଣୁକୁ କୌଣସି ପ୍ରକାର ଭ୍ୟାକ୍ସିନ ମଧ୍ୟ କାମ କରୁନାହିଁ, ଯେଉଁ ଔଷଧ ବା ପ୍ରିତିଶେଧକ ଦିଆଯାଉଛି ତାହା ବି ବିଶେଷ ଭାବରେ କାମ କରୁନଥିବା ଡାକ୍ତରମାନେ କହିଛନ୍ତି। WHO ର ସୂଚନା ଅନୁସାରେ, ଏହି ପ୍ରକାର ଭୂତାଣୁ ଅନେକ ଦେଶରେ ଠାବ ହେଲେଣି। ଯାହା ଲାଗି ଆଗାମୀ ଦିନରେ କରୋନା ସଂକ୍ରମଣ ମାମଲା ମଧ୍ୟ ବଢିବ। ସେପଟେ ବ୍ରିଟେନ୍‌ ଦାବି କରିଛି ଯେ, ମାତ୍ର ୧୧ ଦିନରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପକ ଭାବରେ ବଢୁଛି। ତେବେ ଏନେଇ ଗବେଷଣା ଚାଲିଛି ବୋଲି ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଏହି ଭୂତାଣୁ ମିଳିଛି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ ଆମ ଦେଶରେ ସଂକ୍ରମଣ କମିବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍‌ ନିୟମ ମଧ୍ୟ କୋହଳ ହେଲାଣ।

Other Stories