କରୋନା ପାଇଁ ଆଗକୁ ଅଧିକ ସତର୍କ ରହିବାକୁ ପଡ଼ିବ-WHO
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ଅଧିକ ଜୀବନହାନି ଆଶଙ୍କା ରହିଛି । ଏପରି ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO।
ବର୍ତ୍ତମାନ ହାତଗଣତି କିଛି ଦେଶ କରୋନା କବଳରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଅନେକ ବିତ୍ତଶାଳୀ ରାଷ୍ଟ୍ର ଏବେ ବି ସଂକ୍ରମଣ ସହ ଲଢ଼େଇ କରୁଛନ୍ତି । ଏହି ସବୁ ଦେଶରେ ଦିନକୁୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢୁଛି । କରୋନା ପ୍ରଭାବିତ ଦେଶ ବର୍ତ୍ତମାନଠାରୁ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି WHOର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡର ମାଇକେଲ ରାୟନ।
ସେପଟେ କରୋନା ମହାମାରୀର ଉପଚାର ପାଇଁ ହାଇଡ୍ରୋକ୍ସି କ୍ଲୋରକୁଇନ୍ ମେଡିସିନର ଟ୍ରାଏଲ ଉପରେ ରୋକ ଲଗାଇଛି WHO। ମ୍ୟାଲେରିଆ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଏହି ପ୍ରକାର ମେଡିସିନ୍ ହାର୍ଟ ସମସ୍ୟା ଜନିତ ରୋଗ ପାଇଁ ବ୍ୟବହାର କରିବା ଉଚିତ ନୁହେଁ। ଏହା ସାଇଡ ଇଫେକ୍ଟ ଦେଖାଇବ ବୋଲି କହିଛନ୍ତି ହୁ- ର ମହାନିର୍ଦ୍ଦେଶକ ଟେଡ୍ରସ ଆଧନମ୍