ବିଶ୍ୱ ପରିବେଶ ଦିବସରେ ଏଥିର ଥିମ୍ ରହିଛି ‘ଟାଇମ୍ ଫର୍ ନେଚର’
ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ଓ ଏହାର ଯତ୍ନ ନେବା ପାଇଁ ଏହି ଦିନକୁ ପାଳନ କରାଯାଏ। ଜନସାଧାରଣଙ୍କ ମଧ୍ୟରେ ପରିବେଶ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହାକୁ ବିଶ୍ୱବ୍ୟାପି ପାଳନ କରାଯାଉଛି।
ଚଳିତ ବର୍ଷର ଥିମ୍ ରହିଛି ‘ଟାଇମ୍ ଫର୍ ନେଚର’। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପରିବେଶ ପ୍ରତି ସଚେତନ ହୋଇ ଏହାର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି।
#WorldEnvironmentDay .My SandArt at #Puri beach in #Odisha with message, “It’s time #ForNature . Make the planet #Green” pic.twitter.com/E2lYBG0klv
— Sudarsan Pattnaik (@sudarsansand) June 5, 2020
ବିଶ୍ୱବ୍ୟାପୀ ଏକ୍ ହୋଇ ପରିବେଶର ସୁରକ୍ଷା ପାଇଁ ହାତ ମିଶାଇବାକୁ ଅପିଲ କରିଛି ୟୁନାଇଟେଡ୍ ନେସନ୍। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି।