୨ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ: ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା। ଅଦ୍ୟାବଧି ୨ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ ସଂକ୍ରମଣ ସଂଖ୍ୟା ୩୦ ଲକ୍ଷ ୮୪ ହଜାର ପାର କରିଛି। କେବଳ ଆମେରିକାରେ ୫୬ ହଜାର ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି।

ଆମେରିକା ପରେ ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୨ ହଜାର ପାର ସହ ମୃତ୍ୟୁ ସଂଖ୍ୟା ୨୩ ହଜାର ୮୨୨ରେ ପହଞ୍ଚିଛି।  ସେହିଭଳି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଆଡ଼କୁ ମୁହାଁଉଥିବାବେଳେ ମୃତ୍ୟୁସଂଖ୍ୟା ୨୭ ହଜାର ପାଖାପାଖି ପହଞ୍ଚିଛି।

ଫ୍ରାନ୍ସରେ ୧ ଲକ୍ଷ ୬୫ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୩ ହଜାରରେ ପାର କରିଛି ମୃତ୍ୟୁସଂଖ୍ୟା। ଜର୍ମାନୀ ଓ ଇଂଲଣ୍ଡରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ଇଂଲଣ୍ଡରେ ମୃତ୍ୟୁ ସଂଖ୍ୟା ୨୧ ହଜାର ଟପିଛି।

ଆହୁରି ପଢ଼ନ୍ତୁ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଭିଡିଓ ଭାଇରାଲ

ରାଜ୍ୟରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ

‘ଭୟଙ୍କର ସ୍ଥିତିରେ ଟ୍ଵିନ ସିଟି, ଅଯୋଗ୍ୟ ଅଫିସରଙ୍କ ହାତରେ ରହିଛି କୋଭିଡ ଦାୟିତ୍ଵ’

ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

You might also like