କୁଲଭୂଷଣ ଯାଦବ ମାମଲାରେ ଆଜି ଆସିପାରେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଲଭୂଷଣ ଯାଦବ ମାମଲାରେ ଆଜି ଚୂଡ଼ାନ୍ତ ରାୟ ଆସିପାରେ। ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍  ଜଷ୍ଟିସ-ICJ ଏହି ମାମଲାର ବିଚାର କରୁଛନ୍ତି।

ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ନେଇ ୨୦୧୭ ଏପ୍ରିଲରେ ପାକିସ୍ତାନ ମିଲିଟାରୀ କୋର୍ଟ କୁଲଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ଭାରତ ଏହାକୁ ଜୋରଦାର ବିରୋଧ କରିବା ସହ ମେ ୮ ତାରିଖରେ ହେଗ୍‌ରେ ଥିବା ICJର ଦ୍ୱାରସ୍ଥ ହୋଇଥିଲା।

କୁଳଭୂଷଣଙ୍କୁ ପକ୍ଷ ରଖିବାର ସୁଯୋଗ ଦିଆଯାଇନଥିବା ଏବଂ ତାଙ୍କୁ ଭେଟିବା ଲାଗି ନିୟମ ଅନୁଯାୟୀ ଦୂତାବାସ କର୍ମଚାରୀଙ୍କୁ ଅନୁମତି ମିଳିନଥିବା ଭାରତ ଅଭିଯୋଗ କରିଥିଲା। ଚାପ ପ୍ରୟୋଗ କରି ପାକିସ୍ତାନ କୁଳଭୂଷଣଙ୍କଠାରୁ ଦୋଷ ସ୍ୱୀକାରର ବୟାନ ନେଇଥିବା ଅଭିଯୋଗ କରିଥିଲା ଭାରତ। ୨୦୧୭ ମେ ୧୮ରେ ପାକିସ୍ତାନ ମିଲିଟାରି କୋର୍ଟର ମୃତ୍ୟୁଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଥିଲେ ଆଇସିଜେ।

ପାକିସ୍ତାନରେ ହିଂସାକାଣ୍ଡ ଘଟାଇବା ଲାଗି କୁଲଭୂଷଣ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ଓ ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିବା। ପାକ୍ କର୍ତ୍ତୃପକ୍ଷ ଦାବି କରୁଥିବା ବେଳେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ତାଙ୍କୁ ଇରାନରୁ ଅପହରଣ କରିନେଇଥିବା ଭାରତ କହୁଛି।

You might also like