ବିଶ୍ୱରେ ସ୍ଥିତି ଗମ୍ଭୀର କଲାଣି କରୋନା: ଆମେରିକାରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ, ୬୧ ହଜାର ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ଭାଇରସ୍। ବର୍ତ୍ତମାନ ୩୨ ଲକ୍ଷ ୩୬ ହଜାରରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ରୋଗରେ ଗଲାଣି ୨ ଲକ୍ଷ ୨୮ ହଜାରରୁ ଅଧିକ ଜୀବନ। ଆମେରିକାରେ ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡୁଛି। ଏଠାରେ ହୁ ହୁ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା।

ଆମେରିକାରେ ବର୍ତ୍ତମାନ ୧୦ ଲକ୍ଷ ୬୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସ୍ପେନ, ଇଟାଲି, ଫ୍ରାନସ, ଲଣ୍ଡନ, ଜର୍ମାନରେ ବି ସ୍ଥିତିରେ ବି ସୁଧାର ଆସୁନି।

ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ଦ୍ୱିତୀୟରେ ରହିଛି ସ୍ପେନ୍। ସ୍ପେନରେ ୨୪ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୮୯୯ରେ ପହଞ୍ଚିଛି। ହେଲେ ସ୍ପେନଠାରୁ ମୃତକଙ୍କ ସଂଖ୍ୟା ଇଟାଲିରେ ବୃଦ୍ଧି ପାଇ ୨୭ ହଜାର ୬୮୨ରେ ପହଞ୍ଚିଛି।

କିନ୍ତୁ ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପେନଠାରୁ ସାମାନ୍ୟ କମ୍ ରହିଛି। ସେହିପରି ଫ୍ରାନ୍ସରେ ୨୪ ହଜାର ୮୭, ଇଂଲଣ୍ଡରେ ୨୬ ହଜାର ୯୭, ଜର୍ମାନରେ ୬ ହଜାର ୪୬୭କୁ ବୃଦ୍ଧି ପାଇଛି ମୃତକଙ୍କ ସଂଖ୍ୟା।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୧, ୨୪୭

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୧, ୪୮୦ କରୋନା ପଜିଟିଭ, ଖୋର୍ଦ୍ଧାରୁ କମୁଛି, ଅନୁଗୋଳରେ ବଢୁଛି

କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

You might also like