ସାରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ୧୮୬ ଦେଶକୁ ବ୍ୟାପିଲାଣି ଭାଇରସ୍‌

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱରେ ସ୍ଥିତି ଜଟିଳ। ବିଶ୍ୱରେ ୧୮୬ ଦେଶକୁ ବ୍ୟାପିଲାଣି କରୋନା ଭାଇରସ୍‌। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬ ହଜାର ୬୭୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୩ ହଜାର ୧୭ରେ ପହଞ୍ଚିଛି।

ଚୀନରେ ସର୍ବାଧିକ ୮୧ ହଜାର ୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ ହଜାର ୨୫୫ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୭୧ ହଜାର ୭୪୦ ସୁସ୍ଥ ହୋଇଛନ୍ତି।

ସେପଟେ ମୃତ୍ୟୁ ସଂଖ୍ୟାରେ ଇଟାଲୀ ଚୀନକୁ ଟପିଛି। ଇଟାଲୀରେ ୫୩ ହଜାରରୁ ଅଧିକ ଆକ୍ରନ୍ତ ହୋଇଥିବାବେଳେ ୪ ହଜାର ୮୨୫ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ସ୍ପେନ୍‌ରେ ୨୫ ହଜାର ୪୯୬ ଆକ୍ରାନ୍ତଙ୍କ ମଧ୍ୟରୁ କରୋନା ୧୩୭୮ ଜଣଙ୍କ  ମୁଣ୍ଡ ନେଲାଣି।

ଫ୍ରାନ୍ସରେ  ସମୁଦାୟ ୧୪ ହଜାର  ୪୫୯ ସଂକ୍ରମିତଙ୍କ ଭିତରୁ ୫୬୨ ଜଣଙ୍କ ଜୀବନ ଗଲାଣି। ୟୁକେରେ ୫ ହଜାର ୧୮ ସଂକ୍ରମିତଙ୍କ ଭିତରୁ ୨୩୩  ଜଣଙ୍କ ମୁଣ୍ଡ ନେଇସାରିଲାଣି କରୋନା।

You might also like