ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ବାଇକ; ଥରେ ଚାର୍ଜ କଲେ ଗଡ଼ିବ ୬୦ କିମି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦାମ ହୁ ହୁ ହୋଇ ବଢି ଚାଲିଛି। ଗାଡିରେ ତେଲ ପକାଇଲା ବେଳେ ପକେଟକୁ ଭାରି ବାଧୁଛି। ବିଶେଷ କରି କରୋନା ମହାମାରୀ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାଳେ ମହଙ୍ଗା ତେଲ କଷ୍ଟକୁ ଦ୍ୱିଗୁଣିତ କରିଛି। ଇତି ମଧ୍ୟରେ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ମଧ୍ୟ ବେଶ ବଢି ଯାଇଛି। ଅନେକ ଗୁଡିଏ କମ୍ପାନୀ ଏହି ସେଗ୍‌ମେଣ୍ଟର ଗାଡି ବାହାର କରି ମାର୍କେଟକୁ ଛାଡ଼ିଲେଣି।

ଶସ୍ତା ଫୋନ ଏବଂ ଶସ୍ତା ଏଲଇଡି ଟେଲିଭିଜନ ପରେ ଏବେ ଡେଟେଲ ଇଣ୍ଡିଆ ଇଲେକ୍ଟିକ ଟୁ-ହୁଇଲର ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ସୁନ୍ଦର ଏବଂ ଶସ୍ତା ଇଲେକ୍ଟ୍ରିକ ମୋପେଡର ଦାମ ୧୯, ୯୯୯ (+GST) ଟଙ୍କା ରହିଛି। କମ୍ପାନୀ  ଦାବି କରିଛି, ଏହି ଗାଡି ଖୁବ୍‌ କମ୍‌ ଖର୍ଚ୍ଚରେ ଗଡ଼ି ପାରିବ। ଚାଳକଙ୍କ ପକେଟକୁ ବାଧିବନି। ଏହି ଗାଡିରେ ଏକ କିମି ଯିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ମାତ୍ର ୨୦ ପଇସା।

ଗ୍ରାହକ ଏହି ଇଲେକ୍ଟ୍ରିକ ମୋପେଡକୁ ଅନ୍‌ଲାଇନ୍‌ରେ ମଧ୍ୟ ଚାହିଁଲେ କିଣି ପାରିବେ। କମ୍ପାନୀର ଅଫିସିଆଲ ୱେବସାଇଡକୁ ଯାଇ b2badda.comରେ ଏହାକୁ ଅର୍ଡର କରିପାରିବ। ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ Bajaj Finserv ସହ ସହବନ୍ଧିତ କହିଛି। ଏହାଦ୍ୱାରା ଗ୍ରାହକ ଚାହିଁଲେ ମାସିକ କିସ୍ତିରେ ମଧ୍ୟ ଗାଡି କିଣି ପାରବ।

ଏହି ମୋପେଡ ତିନୋଟି ରଙ୍ଗରେ ଉପଲବ୍ଧ। ଜେଟ ବ୍ଲାକ, ପର୍ଲ ହ୍ୱାଇଟ୍‌ ଏବଂ ମେଟାଲିକ ରେଡ କଲରର ରହିଛି। ଜିନିଷପତ୍ର ରଖିବା ପାଇଁ ଏକ ବାସ୍କେଟ ମଧ୍ୟ ଏଥିରେ ରହିଛି। ପଛରେ ବସିବା ପାଇଁ ସପୋର୍ଟ ରହିଛି। ଏହା ବ୍ୟତୀତ ଡ୍ରାଇଭିଂ ସିଟ୍‌କୁ ଆଡଜଷ୍ଟ କରିବାର ସୁବିଧା ମଧ୍ୟ ରହିଛି।

ଥରେ ଚାର୍ଜ କଲେ ଗାଡି ୬୦ କିମି ପଯ୍ୟନ୍ତ ଯାଇ ପାରିବ। କମ୍ପାନୀ ଉକ୍ତ ଗାଡିରେ 250W କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ ମୋଟର ଦେଇଛି। ଏଥିରେ 48V କ୍ଷମତାର 12AH LiFePO4 ବ୍ୟାଟେରୀକୁ ବ୍ୟବହାର କରାଯାଇଛି। ଥରେ ଚାର୍ଜ କଲେ ୬୦ କିମି ଗଡି ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାର ବ୍ୟାଟେରୀକୁ ଫୁଲ ଚାର୍ଜ କରିବା ପାଇଁ ୭ରୁ ୮ ଘଣ୍ଟା ଲାଗୁଛି। ଏହାର ସର୍ବାଧିକ ସ୍ପିଡ୍‌ ଘଣ୍ଟା ପିଛା ୨୫ କିମି ରହିଛି। ସେଥିପାଇଁ ଗାଡି ଚଲାଇବା ପାଇଁ ତୁମକୁ ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେଶନର ଆବଶ୍ୟକତା ନାହିଁ।

You might also like