ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗତକାଲି ଶ୍ରମ ସଂସ୍କାର ସମ୍ପର୍କିତ ୩ଟି ବିଲ୍‌ ପାରିତ ହୋଇଛି। ଏହି ବିଲ୍ ଯୋଗୁ ୫୦ କୋଟି ସଂଗଠିତ, ଅଣ ସଂଗଠିତ, ଆତ୍ମନିଯୁକ୍ତ ସଂସ୍ଥା ଉପକୃତ ହେବେ। ଏହି ସବୁ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକଙ୍କ ମଜୁରୀ, ସାମାଜିକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଦେବାରେ ଏହି ବିଲ୍ ସହାୟକ ହେବ।

ଅନ୍ୟପକ୍ଷରେ, ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ପରିବର୍ତ୍ତନ କରାଯାଇ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆର ସାମ୍ବାଦିକଙ୍କୁ ସାମିଲ କରାଯାଇଛି।  ଏନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏକ ପୋଷ୍ଟ କରାଯାଇଛି।  ନୂଆ ଭାରତର ନୂଆ ଶ୍ରମ କୋଡ୍‌ରେ ଏହା ସ୍ଥାନ ପାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

You might also like