ସୁଶାନ୍ତ ମୃତ୍ୟୁ ମାମଲା: CBIକୁ ଦେବାକୁ ମନା କଲା ‘ମହା’ ସରକାର

ମୁମ୍ବାଇ: ସୁଶାନ୍ତ ମୃତ୍ୟୁକୁ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି। କେବେ ଖୋଲିବ ଏହି ଚର୍ଚ୍ଚିତ ଘଟଣାର ଗୁମର, ତା ଉପରେ ସାରା ଦେଶବାସୀଙ୍କ ନଜର। କିନ୍ତୁ ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ତଦନ୍ତକୁ ନେଇ ଉଠିଛି ଅନେକ ପ୍ରଶ୍ନ। ସୁଶାନ୍ତ ମୃତ୍ୟୁ ଘଟଣାକୁ ନେଇ ମହାରାଷ୍ଟ୍ର ସରକାରର ନିରବତା ଅନେକ ରହସ୍ୟକୁ ପଦାରେ ପକାଇଛି। ସୁଶାନ୍ତଙ୍କ ମୃତ୍ୟୁ ଏହା ହତ୍ୟା ନା ଆତ୍ମହତ୍ୟା? ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ? ଯଦି ଆତ୍ମହତ୍ୟା ନୁହେଁ, ଏହାର ପଛରେ କାହର ହାତ ରହିଛି?

ସୁଶାନ୍ତ ମୃତ୍ୟୁକୁ ପ୍ରାୟ ୪୫ ଦିନ ବିତି ଯାଇଥିଲେ ବି ମୁମ୍ୱାଇ ପୋଲିସ୍ ସେପରି କୌଣସି ତଦନ୍ତ କରିନାହିଁ କି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ନାହିଁ। କେବଳ ଜେରା କରିବାରେ ସୀମିତ ରହିଛି। ଯେତେବେଳେ ସାରା ଦେଶ ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜୁଛି, ସେତେବେଳେ ମହାରାଷ୍ଟ୍ର ସରକାରର ନିରବତା ସମସ୍ତଙ୍କୁ ଚକିତ କରିଛି।

ଏପରିକି ସୁଶାନ୍ତ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ଦିଆଯିବନି ବୋଲି ରୋକ୍‌ଠୋକ୍ ମନା କରିଦେଇଛି ‘ମହା’ ସରକାର। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍ କରୁଛି। ସିବିଆଇ ହାତକୁ ଦେବା ପାଇଁ ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି। ମହା ସରକାରର ଏଭଳି ଆଭିମୁଖ୍ୟ କେବଳ ଯେ ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ନିରାଶ କରିଛି।

ସେହିପରି ବିହାରର ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜିପି)ର ମୁଖ୍ୟ ଚିରାଗ ପାଶୱାନ ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖିଥିଲେ। ଆଗକୁ ଯେଭଳି ପ୍ରତିଭାବାନ୍ କଳାକାର ନେପୋଟିଜ୍‌ମର ଶୀକାର ନହୁଅନ୍ତୁ ଜଣେ ବିହାରର ବାସୀ ଭାବେ ମୁଁ କହିବାକୁ ଚାହଁଛି ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ।

ଅପରପଟେ ଏହି ଘଟଣାରେ ମୁମ୍ୱାଇ ପୋଲିସ୍‌ର ତଦନ୍ତକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସୁଶାନ୍ତଙ୍କ ବାପା। ଆଉ ଶେଷରେ ବିହାର ପୋଲିସ୍‌ର ସେ ଦ୍ୱାରସ୍ଥ ହୋଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଦାୟୀ ବୋଲି କହିବା ସହ ଏନେଇ ଥାନାରେ ଏତଲା ଦେଇଥିଲେ। ବିହାର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୪ ଜଣିଆ ପୋଲିସ୍ ଟିମ୍ ମୁମ୍ବାଇ ଆସି ସମ୍ପୃକ୍ତ ମାମଲାର ଛାନ୍‌ଭିନ୍ କରୁଛି।

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ କାରବାର ଯାଞ୍ଚ କରଛି ପୋଲିସ୍ ଏହାସହ ବ୍ୟାଙ୍କ ରେକର୍ଡ, କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି। ବାନ୍ଦ୍ରା ପୋଲିସ୍ ତଦନ୍ତ ସମ୍ପର୍କରେ ମଧ୍ୟ ବିହାର ପୋଲିସ୍ କଥା ହେଉଛି। ଏହାସହ ଭଉଣୀ ନିତୁ ସିଂଙ୍କ ବୟାନ ରେକର୍ଡ କରିଛି ପୋଲିସ୍‌। ଆଉ ସବୁଠାରୁ ବଡ଼ କଥା ହେଲା ନଭେମ୍ୱର ୬ରୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାଗତ ସମସ୍ୟାକୁ ଦେଖୁଥିବା ୬ ଜଣ ଡାକ୍ତରଙ୍କୁ ପଚରାଉଚୁରା କରିବ। ଡେଥ୍ ସ୍ପଟ ଭିଡିଓ, ସିସି ଟିଭିର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

ତେବେ ଦେଶରେ ହିଂସା ସୃଷ୍ଟି କରିବା ପାଇଁ ପାକିସ୍ତାନ ସହ ବଲିଉଡର ଲିଙ୍କ୍‌ ରହିଥିବା ଅଭିଯୋଗ ଆସିଛି। ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି ବୋଲି ଅନେକ ଅଭିଯୋଗ ଆସିଛି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like