ସ୍ପା ଭିତରେ ଗୁଳିମାଡ଼, ୪ ମହିଳାଙ୍କ ସମେତ ୮ ମୃତ
ଭୁବନେଶ୍ୱର: ଆମେରିକାରେ ଆଖିବୁଜା ଗୁଳିମାଡ଼ । ଆମେରିକା ଆଟଲାଣ୍ଟାର ଜର୍ଜିଆ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ୩ଟି ସ୍ପା ଭିତରେ ପଶି ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଚଳାଇଛି। ମାମଲାରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।
ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତିନୋଟି ଅଲଗା ସ୍ପା ଭିତରେ ଅଚାନକ ଗୁଳିମାଡ ହୋଇଛି। ଏହି ଘଟଣାରେ ଅତି କମ୍ରେ ୮ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ଦକ୍ଷିଣ-ପଶ୍ଚିମ ଜର୍ଜିଆରୁ ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଯୁବକକୁ ପୁଲିସ ଗିରଫ କରିଛି ।
ଏହି ପାର୍ଲରରେ ଶୁଟିଂ ଚାଲିଥିବାବେଳେ ଏପରି ଗୁଳିକାଣ୍ଡ ଘଟିଛି। ଏଥିମଧରୁ ୨ଟି ପାର୍ଲର ରାସ୍ତାର ଦୁଇପାଖରେ ସାମ୍ନାସାମ୍ନି ଥିବାବେବଳେ ତୃତୀୟ ପାର୍ଲର ଚେରୋକୀ କାଉଣ୍ଟିରେ ରହିଛି। ତେବେ ଏହି ଗୁଳିକାଣ୍ଡ ଘଟଣା ପରସ୍ପର ସହ ଜଡିତ କି ନା ପୋଲିସ ତାହାର ତଦନ୍ତ ଚଳାଇଛି।
ଆଟଲାଣ୍ଟର ପୁଲିସ ପ୍ରମୁଖ ରୋଡନି ବ୍ରାୟଣ୍ଟଙ୍କ କହିଛନ୍ତି, ଗୁଳିମାଡ଼ରେ ପୂର୍ବୋତ୍ତର ଆଟଲାଣ୍ଟର ଏକ ସ୍ପା ଭିତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାସ୍ତା ଆରପାର୍ଶ୍ୱରେ ଥିବା ଆଉ ଏକ ସ୍ପାରୁ ଆଉ ଜଣଙ୍କ ମୃତଦେହ ଜବତ ହୋଇିଛି। ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫.୫୦ମିନିଟ୍ରେ ଏହି ଭୟଙ୍କର ଗୁଳିକାଣ୍ଡ ଘଟିଛି।
At least four Asian women have been shot dead at two day spas across the street from each other in Atlanta, and police said they were searching for at least one suspect: Reuters
— ANI (@ANI) March 17, 2021